ବାରଙ୍ଗ: ଆଉ ମାତ୍ର ୫ଦିନ ପରେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ। ଭୁବନେଶ୍ୱର ମହୋତ୍ସବରେ ଦର୍ଶକଙ୍କୁ ମଜେଇବା ପାଇଁ ସଜେଇ ହେଉଛି ବରିମୁଣ୍ଡ ନିକଟ କୁଆଖାଇ ନଦୀପଠା । ଚଳିତ ବର୍ଷ ଅଷ୍ଟମ ବାର୍ଷିକ ମହୋତ୍ସବ ୫ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ୧୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ଆୟୋଜିତ ହେବ। ମହୋତ୍ସବକୁ ଉପଭୋଗ କରିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରାଜଧାନୀ ଭୁବନେଶ୍ୱର ଓ ଏହାର ଉପକଣ୍ଠବାସୀ। ଚଳିତ ବର୍ଷ ସ୍ଥାୟୀ ଓ ଅସ୍ଥାୟୀ ହୋଇ ମୋଟ୍ଦୁଇ ହଜାର ଷ୍ଟଲ୍ର ବ୍ୟବସ୍ଥା କରାଯାଉଛି। ଷ୍ଟଲ୍ପଡ଼ିବାକୁ ଥିବା ସ୍ଥାନମାନଙ୍କରେ ଯୁଦ୍ଧକାଳୀନ ଭିତ୍ତିରେ ବାଉଁଶ ପୋତା ଚାଲିଛି। ଖୁବ୍ଶୀଘ୍ର ଟେଣ୍ଟ୍ପ୍ରସ୍ତୁତ କରାଯାଇ ବିଦ୍ୟୁତ୍ ସଂଯୋଗ ଦିଆଯିବ। ଚଳିତ ବର୍ଷ ବିଭିନ୍ନ ଷ୍ଟଲ୍ରେ ଖେଳଣା, ମନୋହରୀ, ହସ୍ତତନ୍ତ ବସ୍ତ୍ର, କୃଷି ଉପକରଣ, ଘରକରଣା ସାମଗ୍ରୀ, ବିଭିନ୍ନ ପ୍ରକାର ସୌଖୀନ ସମଗ୍ରୀ, ଗୁପ୍ଚୁପ, ଚାଟ୍, ଫାଷ୍ଟଫୁଡ୍ଷ୍ଟଲ୍ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିବ। ପିଲାମାନଙ୍କ ମନୋରଞ୍ଜନ ପାଇଁ ଝୁଲାଦୋଳି, ଚକ୍ରିଦୋଳି, ଖସଡ଼ା ଦୋଳି ଓ ଡିଆଁ ଖେଳକୁଦ ବ୍ୟବସ୍ଥା ରହିଛି। ଏବେ ସୁଦ୍ଧା ପାଞ୍ଚ ଶହ ଷ୍ଟଲ୍ବୁକିଂ ସରିଛି। ଆଜି ଅଧିକ ଷ୍ଟଲ ବୁକିଂ ହୋଇଥିବାରୁ ଆଗାମୀ ତିନିଦିନ ଭିତରେ ସମସ୍ତ ଷ୍ଟଲ ବୁକିଂ ହୋଇଯିବ ବୋଲି କମିଟିର ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ପ୍ରତିବର୍ଷ ଭଳି ଏଥର ଓଡ଼ିଶାର କଳା ସଂସ୍କୃତି, ଲୋକଗୀତ ଓ ଲୋକନୃତ୍ୟ, ପରମ୍ପରାର ଝଲକ ସହିତ ଆଧୁନିକ ସଂଗୀତ, ନୃତ୍ୟ ପରିବେଷଣର କାର୍ଯ୍ୟକ୍ରମ ରଖାଯାଇଛି। ଓଡିଶାର ନାମୀଦାମୀ କଣ୍ଠଶିଳ୍ପୀ ଦୀପ୍ତିରେଖା, ଅନ୍ତରା ଚକ୍ରବର୍ତ୍ତୀ, ରୁକୁ ସୁନା, ଅସୀମା ପଣ୍ଡା, ବର୍ଣ୍ଣାଳୀ ହୋତା, ସ୍ୱୟମ୍ ପାଢ଼ୀ, ଇରା ମହାନ୍ତି, କୁମାର ବାପି ଓ ସୋହିନୀ ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଶୃଙ୍ଖଳିତ ଭୁବନେଶ୍ବର ବାଲିଯାତ୍ରା ଆୟୋଜନ ଲାଗି ବାଲିଯାତ୍ରା ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା, ଜନସାଧାରଣ ଓ ଅଞ୍ଚଳବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । ।
Bhubaneswar's Bali Yatra is a tourist attraction: ଭୁବନେଶ୍ୱର ବାଲିଯାତ୍ରା ସଜେଇ ହେଉଛି କୁଆଖାଇ ପଠା
Advertisment
Follow Us