ଆଜିଠାରୁ ଭୁବନେଶ୍ବର ବାଲିଯାତ୍ରା: ଜାରି ହେଲା ଟ୍ରାଫିକ୍‌ କଟକଣା

Advertisment
ଆଜିଠାରୁ ଭୁବନେଶ୍ବର ବାଲିଯାତ୍ରା: ଜାରି ହେଲା ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର: ମଞ୍ଚେଶ୍ବର ଜରିପାଟଣା ଗ୍ରାମ କୁଆଖାଇ ନଦୀ ପଠାରେ ଭୁବନେଶ୍ବର ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତାକାଲି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କର ସମାଗମ ହେବାକୁ ଯାଉଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ଅପରାହ୍‌ଣ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା କରାଯାଇଛି। ଏହି ଦିନ ଗୁଡକରେ ମଞ୍ଚେଶ୍ବର ଠାରୁ ବାରିମୁଣ୍ଡ ପର୍ଯ୍ୟନ୍ତ ନଦୀ ପଠା ଉଭୟ ପାର୍ଶ୍ବରେ କୌଣସି ଗାଡ଼ି ପାର୍କିଂ କରିପାରିବେ ନାହିଁ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ତାଗିଦ କରାଯାଇଛି।

ଏହି ସମୟ ମଧ୍ୟ‌ରେ ନନ୍ଦନକାନନରୁ ପଟିଆ ଦେଇ ଯାଉଥିବା ଭାରୀ ଯାନ ଓ ଟୁରିଷ୍ଟ ବସ୍‌ କୁଆଖାଇ ନଦୀ ପଠା ରାସ୍ତା ଦେଇ ଯାଇ ପାରିବେ ନାହିଁ। ସେଗୁଡ଼ିକ ପଟିଆ ବ୍ରିଜ୍‌ ଛକରୁ ପଦ୍ମକେଶରପୁର ଦେଇ ପଳାସୁଣି ଠାରେ ବାହାରି ଜାତୀୟ ରାଜପଥ ୧୬ ଛୁଇଁବେ। ମଞ୍ଚେଶ୍ବର କିର୍ଲୋସ୍କର ଡିଲର ନିକଟ କଟ୍‌ରେ କୌଣସି ଭାରୀ ଯାନ ବାଲିଯାତ୍ରା ପଡ଼ିଆ କିମ୍ବା ନନ୍ଦନକାନନ ଯାଇ ପାରିବେ ନାହିଁ। ଏହି କଟ୍‌ ଦେଇ ଯାଉଥିବା ସମସ୍ତ ଗାଡ଼ି ବାଲିଯାତ୍ରା ପଡ଼ିଆ ଠାରୁ ଅଧ କିଲୋମିଟର ଦୂରରୁ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବେ। ନନ୍ଦନକାନନ ବାରଙ୍ଗ ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଓ ଚାରି ଚକିଆ ଗାଡ଼ି ଯାତ୍ରା ପଡ଼ିଆ ଠାରୁ ୬ ଶହ ମିଟର ପୂର୍ବରୁ ବାରିମୁଣ୍ଡ ପାଣିଟାଙ୍କି ପାଖରେ ଥିବା ପାର୍କିଂ ସ୍ଥଳରେ ପାର୍କିଂ କରିବେ। ପଟିଆ ପଟୁ ଆସୁଥିବା ସମସ୍ତ ଗାଡ଼ି ପଡ଼ିଆ ସାମ୍ନାରେ ଜରିପାଟଣା ଗ୍ରାମ ନିକଟରେ ପାର୍କିଂ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe