ଭୁବନେଶ୍ବର ହେବ ବିଶ୍ବସ୍ତରୀୟ: ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Advertisment

ମେଟ୍ରୋ ପ୍ରକଳ୍ପ ଧାର୍ଯ୍ୟ ସମୟରେ ସରିବ; ବିଭାଗର କାର୍ଯ୍ୟ, ସମୀକ୍ଷା କଲେ ମନ୍ତ୍ରୀ

ମେଟ୍ରୋ ପ୍ରକଳ୍ପ ଧାର୍ଯ୍ୟ ସମୟରେ ସରିବ; ବିଭାଗର କାର୍ଯ୍ୟ, ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ବରର ୩ ନିର୍ବାଚନମଣ୍ଡଳୀ: ମହିଳା ପ୍ରତିନିଧିଶୂନ୍ୟ

iStock

ଭୁବନେଶ୍ବର: ବିକଶିତ ଭାରତ ଲକ୍ଷ୍ୟରେ ବିକଶିତ ଓଡ଼ିଶା ସାମିଲ୍ ଅଛି। ଏଥିପାଇଁ ସହରାଞ୍ଚଳର ବିକାଶ ହେବା ଦରକାର। ତେଣୁ ରାଜ୍ୟର ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦ, ମ୍ୟୁନିସପାଲଟି ଓ ମହାନଗର ନିଗମଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ହେବ। ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବା ଦୃଷ୍ଟିରୁ ଏହାକୁ ଏକ ବିଶ୍ୱସ୍ତରୀୟ ସହର ଭାବେ ଗଢ଼ିବାକୁ ହେବ। ସମଗ୍ର ରାଜ୍ୟର ସହରାଞ୍ଚଳଗୁଡ଼ିକର ଭିତ୍ତିଭୂମି ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳଗୁଡ଼ିକର ଉନ୍ନତି ଉପରେ ଧ୍ୟାନ ଦେବାକୁ ହେବ। ବିକାଶମୂଳକ କାର୍ଯ୍ୟ ସହିତ ଜନସାଧାରଣଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେବାକୁ ହେବ। ଅଯଥା ବ୍ୟୟ ନକରି ଯଥାର୍ଥ ଭାବେ ଅର୍ଥବ୍ୟୟ କରାଯିବ। ମେଟ୍ରୋ ପ୍ରକଳ୍ପକୁ ମଧ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ପଡ଼ିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

ଆଜି ବିଭାଗର ସମୀକ୍ଷା କରିବା‌ ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷା ଋତୁରେ ସହରାଞ୍ଚଳରେ କୃତ୍ରିମ ବନ୍ୟାକୁ ପ୍ରତିହତ କରିବା ସହିତ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ହେବ। ବର୍ଷା ଋତୁରେ ଭୁବନେଶ୍ୱର ପରି ସହରରେ ପାଣି ଜମିବା, ଜଳ ନିଷ୍କାସନରେ ଅବ୍ୟବସ୍ଥା ପରି ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ଦୂର କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସହରାଞ୍ଚଳରେ ବର୍ଷା/ବନ୍ୟା ଜଳ ପରିଚାଳନା ସଂପର୍କରେ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇ ରାଜ୍ୟର ସମସ୍ତ ପୌର ଅଧିକାରୀଙ୍କୁ କଡ଼ାକଡ଼ି ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ସଂପ୍ରତି ସମ୍ବଲପୁରରେ କାମଳ ରୋଗ ଦେଖାଦେଇଥିବା ପରିପ୍ରେକ୍ଷୀରେ ସେଠିକାର ପାନୀୟ ଜଳର ଗୁଣବତ୍ତା ଆଦି ସଂପର୍କରେ ତଦନ୍ତ କରିବାକୁ ୱାଟ୍‌କୋର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଜି. ମାଥିଭାଥନନ୍‌ ‘ସହରାଞ୍ଚଳ ବିକାଶର ସଫଳ ଯାତ୍ରା’ ସଂପର୍କରେ ଉପସ୍ଥାପନା କରି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତାର ବିବରଣୀ ଦେଇଥିଲେ। ବର୍ଜ୍ୟ ଆବର୍ଜନା ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଜାତୀୟ ସ୍ୱୀକୃତି ଲାଭ, ସ୍ୱଚ୍ଛ ସର୍ବେକ୍ଷଣ ସୂଚକାଙ୍କରେ ଓଡ଼ିଶାର ଜାତୀୟସ୍ତରରେ ଉତ୍ତମ ପ୍ରଦର୍ଶନ, ମେଟ୍ରୋ ରେଳପ୍ରକଳ୍ପର ଅଗ୍ରଗତି ଇତ୍ୟାଦି ସଂପର୍କରେ ସୂଚନା ଦେଇଥିଲେ। ଶ୍ରୀ ମାଥିଭାଥନନ୍ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା, ୧୧୫ଟି ସହରାଞ୍ଚଳରେ ଖୋଲିଥିବା ୧୭୯ଟି ଆହାର କେନ୍ଦ୍ର, ମୁକ୍ତା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରେ ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଓ ୱାଟ୍‌କୋ ସିଇଓ ପି.କେ ସ୍ବାଇଁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe