Bhubaneswar Uttar Mahotsav: ଭୁବନେଶ୍ବର ଉତ୍ତର ମହୋତ୍ସବର ଭୂମିପୂଜନ: ନଭେମ୍ବର ୫ରୁ ୧୨ ଯାଏଁ ଚାଲିବ

ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁରସ୍ଥିତ କ୍ଲବ୍‌ ଟାଉନ ପଡ଼ିଆରେ ଭୁବନେଶ୍ବର ଉତ୍ତର ମହୋତ୍ସବ-୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ତା’ପୂର୍ବରୁ ଆଜି କ୍ଲବ୍‌ ଟାଉନ ପଡ଼ିଆରେ ଭୂମି ପୂଜନରେ ଗଣ୍ଡରପୁର ଗ୍ରାମର ଅନ୍ତର୍ଯାମୀ କୁଅଁର ପୂଜାର କର୍ତ୍ତା ଭାବେ ଯୋଗଦେଇ....

dgdaggadcvzccz

ଚନ୍ଦ୍ରଶେଖରପୁର: ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁରସ୍ଥିତ କ୍ଲବ୍‌ ଟାଉନ ପଡ଼ିଆରେ ଭୁବନେଶ୍ବର ଉତ୍ତର ମହୋତ୍ସବ-୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ତା’ପୂର୍ବରୁ ଆଜି କ୍ଲବ୍‌ ଟାଉନ ପଡ଼ିଆରେ ଭୂମି ପୂଜନରେ ଗଣ୍ଡରପୁର ଗ୍ରାମର ଅନ୍ତର୍ଯାମୀ କୁଅଁର ପୂଜାର କର୍ତ୍ତା ଭାବେ ଯୋଗଦେଇ ମା’ ଶିଖରଚଣ୍ଡୀଙ୍କ ନିକଟରେ ଉତ୍ସବର ସାମଗ୍ରିକ ସଫଳତା ନିମନ୍ତେ ପ୍ରାର୍ଥନା କରିଥିଲେ। ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ନାଗରିକ ଯୋଗଦେଇଥିଲେ। ଶ୍ରୀ ମିଶ୍ର କହିଲେ ଆଜିଠାରୁ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଅସ୍ଥାୟୀ ମଞ୍ଚ ଓ କାର୍ଯ୍ୟାଳୟ ଖୋଲିବ। ମୀନାବଜାର ପାଇଁ ନିର୍ମାଣ କାର୍ଯ୍ୟ ହେବ। ଲୋକକଳା, ସଂସ୍କୃତି ଓ ଓଡ଼ିଆ ପରମ୍ପରାକୁ ସୁରକ୍ଷିତ ରଖିବା ଏବଂ ଭୁବନେଶ୍ବରର ଐତିହ୍ୟ ଓ ନୂତନ ପ୍ରଗତିର ମିଶ୍ରିତ ରୂପ ଏହି ମହୋତ୍ସବ ମାଧ୍ୟମରେ ପ୍ରଚାର ହେବ। ଭାଇଚାରା ଓ ‘ଓଡ଼ିଆ ଅସ୍ମିତା’କୁ ଏଠାରେ ଦେଖିବାକୁ ମିଳିବ। ମହୋତ୍ସବକୁ ଏକ ସାମାଜିକ ଓ ସାଂସ୍କୃତିକ ମଞ୍ଚ ଭାବେ ବିବେଚନା କରି ଏହା ମାଧ୍ୟମରେ ଉତ୍ତର ଭୁବନେଶ୍ବରର ନିଜସ୍ୱ ପରିଚୟ ଓ ସାଂସ୍କୃତିକ ଗୌରବକୁ ଉଜାଗର କରିବାକୁ ସେ ଆଶାବ୍ୟକ୍ତ କରିଥିଲେ।

ପରିଚୟ ଫାଉଣ୍ଡେସନ୍‌ ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷା ରୋଜାଲିନୀ ପାଟ୍ଟଶାଣୀ ମିଶ୍ର, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଉପସଭାପତି ନିରଞ୍ଜନ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କମିଟି ସଭାପତି କୁନାଲ କୁମାର ରାଉତ ମହୋତ୍ସବର ପ୍ରସ୍ତୁତି ବିଷୟରେ ଅବଗତ କରାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜନ ଜେନା, ବିଶ୍ୱଜିତ ରାଉତ, କୁନା ଜେନା, ନଗେନ ବିଶୋଇ, ବିଭୁତି ଭୂଷଣ ବିଶ୍ୱାଳ, ଉମାକାନ୍ତ ହାତୀ,  ନବଘନ ରାଉତ, ସ୍ମୃତିରଞ୍ଜନ ଦାଶ, ସଞ୍ଜୟ ପତି, ସ୍ୱାକ୍ଷର ରଞ୍ଜନ ମହାନ୍ତି, ମହିଳା ନେତ୍ରୀ ସୌଭାଗ୍ୟ ଲଷ୍ମୀ ଦାଶ, ଲିପା ସାହୁ, ଜ୍ୟୋତ୍ସ୍ନା ନାୟକ, ଯଶୋଧାରା ପ୍ରଧାନ, ଲଷ୍ମୀପ୍ରିୟା ପରିଡା, ପ୍ରକାଶ ତ୍ରିପାଠୀ, ନିର୍ମଳ ରାଉତ, ନର୍ମଳ ପଣ୍ଡା ଓ କାଳନ୍ଦୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମହୋତ୍ସବରେ ଓଡ଼ିଶାର ବିଶିଷ୍ଠ କଳାକାରମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe