ଭୁବନେଶ୍ୱରରେ ସାଇକେଲ୍ ଫର୍ ଚେଞ୍ଜ୍‌ କାର୍ଯ୍ୟକ୍ରମ

Advertisment

କୋଭିଡ୍‌ ସଚେତକଙ୍କୁ ସାଇକେଲ୍‌

କୋଭିଡ୍‌ ସଚେତକଙ୍କୁ ସାଇକେଲ୍‌

ଭୁବନେଶ୍ୱରରେ ସାଇକେଲ୍ ଫର୍ ଚେଞ୍ଜ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭୁବନେଶ୍ବରରେ ସାଇକେଲ୍ ଫର୍ ଚେଞ୍ଜ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍ (ବିଏସ୍‌ସିଏଲ୍‌) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମିଳିତ ସହଯୋଗରେ ଆଜି ଶିଶୁଭବନ ଛକଠାରେ ଆୟୋଜିତ ଏହି ସାଇକେଲ୍ ଶୋଭାଯାତ୍ରାରେ ସହରର ବିଭିନ୍ନ ଅଞ୍ଚଳର ଲୋ‌କେ ସାମିଲ ହୋଇଥିଲେ। ୫୦୦ଜଣ ସାଇକେଲ୍ ଚଲାଳି ଏକାମ୍ର ପ୍ଲାଜାଠାରୁ ଧଉଳି ଶାନ୍ତିସ୍ତୂପ ପର୍ଯ୍ୟନ୍ତ ୧୨କିମି ଯାତ୍ରା କରିଥିଲେ। ବିଏମ୍‌ସି କମିସନର୍‌ ତଥା ସ୍ମାର୍ଟସିଟି ଅଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ଏହାକୁ ଉଦ୍‌ଘାଟନ କରି କହିଲେ, ସାଇକେଲ୍ ଚଲାଇବା ଅଭ୍ୟାସରେ ପରିଣତ କରିବା। କାର୍ଯ୍ୟକ୍ରମକୁ ଚାଲୁ ରଖିବା ସହ ଏହାକୁ ସାଇକେଲ୍‌ଗିରିରେ ପରିଣତ କରିବାକୁ ହେବ। ନାଗରିକମାନେ ସାଇକେଲ୍‌ ମାଧ୍ୟମରେ ନିଜ କର୍ମ କ୍ଷେତ୍ରକୁ ଯିବା ଆସିବା କରିବା, ସୁସ୍ଥତା ଆପଣାଇବା ଦିଗରେ ଉତ୍ସାହ ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।

ଏହି ଅବସରରେ ସହରରେ କାମ କରୁଥିବା ୨୫ଜଣ କୋଭିଡ୍‌-୧୯ ସଚେତକଙ୍କୁ ସାଇକେଲ୍ ଉପହାର ଦିଆଯାଇଛି। ପିଅର୍ ଲିଡର୍ ଭାବେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ଏହି କୋଭିଡ଼୍ ସଚେତକମାନେ ନିଜ ଅଞ୍ଚଳର ଘରକୁ ଘର ବୁଲି କାର୍ଯ୍ୟ କରୁଛନ୍ତି। ସେମାନଙ୍କର ସ୍ୱେଚ୍ଛାସେବୀ ମନୋଭାବ ଓ ସାମାଜିକ ଅବଦାନ ପାଇଁ ଏଭଳି ଭାବେ ସମ୍ମାନିତ କରାଯାଇଛି। ସାଇକେଲ୍ ପାଇଥିବା ପିଅର୍ ଲିଡର୍‌ମାନେ ହେଲେ, ଓୟୁଏଟି ଫାର୍ମଗେଟ୍ ବସ୍ତିରୁ ଆନନ୍ଦ ପ୍ରଧାନ, ତୋଫାନ ଜେନା, ପୁଷ୍ପାଞ୍ଜଳି ରଣା, ଶ୍ରଦ୍ଧାଞ୍ଜଳି ପଣ୍ଡା, ତେଲୁଗୁ ବସ୍ତିରୁ ସୋନି ବେହେରା, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, କେ ମୋହିନୀ, ବାୟାବାବା ଓ ପଥରବନ୍ଧ ତାରିଣୀ ବସ୍ତିରୁ ଅନିତା ନାୟକ, ବୁଦ୍ଧିଆ ଡାକୁଆ, ପ୍ରେସ୍ କଲୋନି ଅଞ୍ଚଳରୁ ଦୀପାଞ୍ଜଳି ସ୍ୱାଇଁ, ପ୍ରଜ୍ଞା ପାରମିତା ସାହୁ, ପ୍ରତିଭା ଦଳାଇ, ବୁଦ୍ଧେଶ୍ୱରୀ କଲୋନିରୁ ଲକ୍ଷ୍ମୀପ୍ରିୟା ସାହୁ ଓ ବିଶ୍ୱରଞ୍ଜନ ସାହୁ, ଗଙ୍ଗନଗରରୁ ଚିତ୍ତରଞ୍ଜନ ମଣ୍ଡଳ ଓ ସାଗର ନାୟକ, ଶାନ୍ତିନଗର ବସ୍ତିରୁ ଉମାକାନ୍ତ ବେହେରା ଓ ଆରତୀ ରେଡ଼ି, ଝରଣାବସ୍ତିରୁ ପି ପଦ୍ମା ଓ ମାମାଲି ସାହୁ, ପାଣିଟାଙ୍କି ବସ୍ତିରୁ ଅପର୍ଣ୍ଣା ଦାସ ଓ ଶୁଭଲକ୍ଷ୍ମୀ ପୃଷ୍ଟି, ହରେକୃଷ୍ଣନଗରରୁ କଲ୍ୟାଣୀ ସିଂ ଓ ସୁମିତ୍ରା ଦାସ। ଏହାପରେ କମିସନର ସାଇକେଲ୍‌ଗିରି ୱେବ୍‌ସାଇଟ୍‌ର ଉନ୍ମୋଚନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe