ଓଡ଼ିଆ ଭାଷାରେ କୋର୍ଟ ପରିଚାଳନା ପାଇଁ ସାଇକେଲ ଶୋଭାଯାତ୍ରା

Advertisment
ଓଡ଼ିଆ ଭାଷାରେ କୋର୍ଟ ପରିଚାଳନା ପାଇଁ ସାଇକେଲ ଶୋଭାଯାତ୍ରା

ବାଲିଅନ୍ତା/ବାଲିପାଟଣା: ଓଡ଼ିଆ ଭାଷାରେ କୋର୍ଟ କାର୍ଯ୍ୟ ପରିଚାଳନା ନେଇ ଆଜି ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଧଉଳି ଶାନ୍ତିସ୍ତୂପ ପରିସରରୁ ଶୋଭାଯାତ୍ରା‌ ବାହାରି ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ ପୀଠରେ ଉଦଯାପିତ ହୋଇଥିଲା। ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।

ବାଲିପାଟଣା ଛକ ସ୍ଥିତ ଗୋପବନ୍ଧୁ ପ୍ରତିମୂର୍ତ୍ତି ନିକଟରେ ଶୋଭାଯାତ୍ରାକାରୀମାନଙ୍କୁ ସ୍ଥାନୀୟ ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାଳକାଟି ବଜାରରେ ପ୍ରତାପଶାସନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର ଓ ଜିଲ୍ଲାପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ ଓ ଡିଗ୍ରି କଲେଜ ଅଧ୍ୟକ୍ଷ ଡ. କାଳନ୍ଦୀ ସାହୁ ସମ୍ବର୍ଦ୍ଧିତ କରିଥିଲେ। ଶୋଭାଯାତ୍ରାରେ ପ୍ରଶାନ୍ତ ବର୍ମା, ମୃର୍ଗାଙ୍କ ମଉଳି ପଟ୍ଟନାୟକ, ସୁଜିତ ସ୍ବାଇଁ, ସୁରେଶ କୁମାର ଦାସ, ଶକ୍ତିପ୍ରସାଦ ଛୋଟରାୟ, ବିଭୂତିଭୂଷଣ ମର୍ଦ୍ଦରାଜ, ରଜତ କୁମାର ଦାଶ, ତୋଫାନ ଦାସ, ଚନ୍ଦନ ଦାସ, ସନ୍ତୋଷ ବେହେରା ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe