ସୋସିଆଲ ମିଡିଆରେ ବିଦ୍ୟାଶ୍ରୀଙ୍କ ଚରିତ୍ର ସଂହାର, ଅଭିଯୁକ୍ତକୁ ନୋଟିସ

Advertisment
ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଫେସ୍‌ବୁକକୁ ଚିଠି ଲେଖିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା‌ରେ ପତ୍ନୀ ବିଦ୍ୟାଶ୍ରୀଙ୍କ ଚରିତ୍ର ସଂହାର କରି ଅନେକ ଟିପ୍‌ପଣୀ ସୋସିଆଲ ମିଡିଆରେ ପୋଷ୍ଟ କରିଛି ଜଣେ ଯୁବକ। ଏହାଛଡ଼ା ବିଦ୍ୟାଶ୍ରୀଙ୍କ ପୁରୁଣା ଫଟୋ ସଂଗ୍ରହ କରି ସେ ସବୁକୁ ଫେସବୁକ୍‌ରେ ପୋଷ୍ଟ କରିଛି। ପ୍ରମାଣ ସ୍ୱରୂପ ବିଦ୍ୟାଶ୍ରୀ ଏହି ପୋଷ୍ଟର କେତେକ ସ୍କ୍ରିନ ସଟ୍‌ ଥାନାରେ ଦେଇଛନ୍ତି। ଏୟାରଫିଲ୍‌ଡ ଥାନାରେ ବିଦ୍ୟାଶ୍ରୀ ଏଭଳି ଅଭିଯୋଗ ଆଣିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ କରୁଛି। ଥାନାରେ ହାଜର ହୋଇ ପକ୍ଷ ରଖିବା ପାଇଁ ଅଭିଯୁକ୍ତକୁ ଗତ ୭ତାରିଖରୁ ନୋଟିସ ହୋଇଥିଲେ ମଧ୍ୟ ଅଭିଯୁକ୍ତ ହାଜର ହୋଇନାହିଁ। ଏଣୁ ଖୁବ୍‌ଶୀଘ୍ର ତା’ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe