Advertisment

ଆଗକୁ ବଡ଼ଦିନ, ଏବେଠୁ କେକ୍‌ ମିକ୍ସିଂ ସେରିମନି

Advertisment

ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ।  ଏସବୁ ଉତ୍ସବ ଆଉ କୌଣସି ନିର୍ଦ୍ଦି‌ଷ୍ଟ ସଂପ୍ରଦାୟ ଭିତରେ ସୀମିତ ରହିନାହିଁ। ଏବେ ସବୁ ଧର୍ମ ଓ ସବୁବର୍ଗର ଲୋକେ ଏହାକୁ ଧୂମ୍‌ଧାମ୍‌ରେ ପାଳନ...

ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ।  ଏସବୁ ଉତ୍ସବ ଆଉ କୌଣସି ନିର୍ଦ୍ଦି‌ଷ୍ଟ ସଂପ୍ରଦାୟ ଭିତରେ ସୀମିତ ରହିନାହିଁ। ଏବେ ସବୁ ଧର୍ମ ଓ ସବୁବର୍ଗର ଲୋକେ ଏହାକୁ ଧୂମ୍‌ଧାମ୍‌ରେ ପାଳନ...

Untitled-8

ଭୁବନେଶ୍ବର: ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ।  ଏସବୁ ଉତ୍ସବ ଆଉ କୌଣସି ନିର୍ଦ୍ଦି‌ଷ୍ଟ ସଂପ୍ରଦାୟ ଭିତରେ ସୀମିତ ରହିନାହିଁ। ଏବେ ସବୁ ଧର୍ମ ଓ ସବୁବର୍ଗର ଲୋକେ ଏହାକୁ ଧୂମ୍‌ଧାମ୍‌ରେ ପାଳନ କରୁଛନ୍ତି। ଖ୍ରୀଷ୍ଟମାସରେ କେକ୍‌ର ଚାହିଦା ଅପେକ୍ଷାକୃତ ଅଧିକ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ହୋଟେଲ୍‌ ଲାଇଫ୍‌ ପକ୍ଷରୁ ଆରମ୍ଭ ହୋଇଛି ‘କେକ୍‌ ମିକ୍ସିଂ ସେରିମନି’। ଆଜି ଅପରାହ୍ଣରେ ଆୟୋଜିତ ଏହି ଉତ୍ସବରେ ହୋଟେଲ୍‌ର କର୍ମଚାରୀମାନେ ଏକାଠି ହୋଇ ପେଷ୍ଟ୍ରି ସେଫ୍‌ ସ୍ବଦେଶ ମହାନ୍ତି ଓ ଏକ୍‌ଜିକ୍ୟୁଟିଭ୍‌ ସେଫ୍‌ ଶୈଳେଶ ଶେଖରଙ୍କ ତତ୍ତ୍ବ‌ାବଧାନରେ କେକ୍‌ ମିକ୍ସିଂ କରିଥିଲେ। ଏହି ମିଶ୍ରଣକୁ ନିବୁଜ ଡ୍ରମ୍‌ରେ ଦୁଇମାସ ପାଇଁ ସଂରକ୍ଷିତ ରଖାଯିବ। ଦୁଇମାସ ପରେ ଏଥିରୁ ବାହାରିଥିବା ମିଶ୍ରଣକୁ ନେଇ କେକ୍‌ ପ୍ରସ୍ତୁତ କରାଯିବ।

ଏକ ବିଶାଳକାୟ ଟେବୁଲ୍‌ରେ ରହିଥିବା ବିଭିନ୍ନ ପ୍ରକାର କଟା ଡ୍ରାଏଫ୍ରୁଟ୍‌, ଫଳ ଉପରେ ଆଲ୍‌କୋହଲ୍‌, ଫଳରସ, ୱାଇନ୍‌, କମଳା ଓ କ୍ରାନ୍‌ବେରି ଜୁସ୍‌ ଢଳାଯାଇଥିଲା। ଏହି ଉତ୍ସବ ଦେଖିବାକୁ ବହୁ ଆଗ୍ରହୀ ଯୁବବର୍ଗ ଏକାଠି ହୋଇଥିଲେ। ଏକ କ୍ବିଣ୍ଟାଲ୍‌ରୁ ଅଧିକ ଓଜନର ଡ୍ରାଏଫ୍ରୁଟ୍‌ ମଧ୍ୟରେ କାଜୁ, ଆଲ୍‌ମଣ୍ଡ୍‌, ରେଜିନ୍‌, ପିସ୍ତା, ଟୁଟିଫ୍ରୁଟି, ୱାଲ୍‌ନଟ୍‌, ଚେରି, ଜିଞ୍ଜର୍‌ କ୍ୟାଣ୍ଡି, ମୁରବ୍ବା ଆଦି ରହିଥିଲା। ସେହିପରି ମସଲାରେ ଶୁଖିଲା ଅଦା ପାଉଡର୍‌, ଡାଲଚିନି, ନଟ୍‌ମେଗ୍‌, ଡ୍ରାଏ କ୍ରାନ୍‌ବେରି ଆଦି ସୁସଜ୍ଜିତ ହୋଇରହିଥିଲା। ହୋଟେଲ୍‌ର ସେଫ୍‌ ଓ କର୍ମଚାରୀମାନେ ଏଥିରେ ବିଭିନ୍ନ ପ୍ରକାର ଫଳରସ, ଆଲ୍‌କୋହଲ୍‌, ଜୁସ୍‌ ଢାଳିଥିଲେ। ପରେ ଏହାକୁ ଅତ୍ୟନ୍ତ ସ୍ବଚ୍ଛ ଭାବେ ମିଶ୍ରଣ କରିଥିଲେ। କେକ୍‌ ପ୍ରସ୍ତୁତି ସମୟରେ ଏହାକୁ ମିଶାଇବା ଦ୍ବାରା ଭିନ୍ନ ଏକ ମନମତାଣିଆ ସ୍ବାଦ ଆଣିବ ବୋଲି ସେଫ୍‌ କହିଛନ୍ତି। ଆସନ୍ତା ଡିସେମ୍ୱରରେ ଲାଇଫ୍‌ ହୋଟେଲ୍‌ ପକ୍ଷରୁ ଖ୍ରୀଷ୍ଟମାସ ସମୟରେ ବିଭିନ୍ନ ଉତ୍ସବରେ ଏହାର ବ୍ୟବହାର କରାଯିବ। ଏଥିରେ ଘରୋଇ ସଂସ୍ଥା ଓ ବ୍ୟକ୍ତିଗତ ବ୍ୟବହାର ଲାଗି ବିକ୍ରୟ କରାଯିବ।
କେକ୍‌ ମିକ୍ସିଂ ସେରିମନି କେବଳ ନିର୍ଦ୍ଦିଷ୍ଟ ଧର୍ମରେ ସୀମିତ ରହିନାହିଁ। ସମୟ କ୍ରମେ ଏହାକୁ ବଡ଼ ଆକାରରେ ପାଳନ କରାଯାଉଥିବା ବେଳେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଏଥିରେ ଯୋଡ଼ିହେଉଛନ୍ତି। ଛୋଟ ପିଲାମାନେ ମଧ୍ୟ କେକ୍‌ ଖାଇବାକୁ ଭଲ ପାଆନ୍ତି। ଏହି କେକ୍‌ର ସ୍ବାଦ ନିଶ୍ଚୟ ବିଭିନ୍ନ ବର୍ଗର ଲୋକଙ୍କ ମନକୁ ଛୁଇଁବ ବୋଲି ସେଫ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe