ଭୁବନେଶ୍ୱର: ଏଆଇଟିୟୁସି ପକ୍ଷରୁ କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ଜନ ଜାଗରଣ ଅଭିଯାନ ପରିପ୍ରେକ୍ଷୀରେ ଆଜି ଲୋୟର ପିଏମ୍ଜିଠାରେ ଜନଜାଗରଣ ଦିବସ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଏଆଇଟିୟୁସିର ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଲୋୟର ପିଏମ୍ଜିରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ଆୟୋଜିତ ସଭାରେ ରାଜ୍ୟ ଉପସଭାପତି ଦିବାକର ନାୟକ, ଉପସାଧାରଣ ସମ୍ପାଦକ ବିଜୟ ଜେନା, ଆଶାକର୍ମୀର ରାଜ୍ୟ ସମ୍ପାଦିକା ନମିତା ସାହୁ ଉଦ୍ବୋଧନ ଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଏହା ବିରୋଧରେ ସେପ୍ଟେମ୍ବର ୧୮ରେ ରାଜଧାନୀରେ ବିଶାଳ ଶ୍ରମିକ ସମାବେଶ କରାଯିବ ବୋଲି ଏଠାରେ ଘୋଷଣା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, କ୍ଷେତ ମୂଲିଆ ନେତା ଲୋକନାଥ ଭୋଇ ଓ ଛେତମ୍ବର ଭୋଇ, ବିଦ୍ୟୁତ୍ ଶ୍ରମିକ ନେତା ଶ୍ରୀକୃଷ୍ଣ ପଟ୍ଟନାୟକ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
ସେପ୍ଟେମ୍ବର ୧୮ରେ ବିଶାଳ ଶ୍ରମିକ ସମାବେଶ
Advertisment
Follow Us