ଚନ୍ଦ୍ରଶେଖରପୁର : ବିଜୁ ପଟ୍ଟନାୟକ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ବିଆଇଆଇଟିଏମ୍)ରେ ଏମ୍ବିଏ ଓ ଆଇଏମ୍ବିଏ ପାଠ୍ୟକ୍ରମରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ ‘ସ୍ପର୍କ-୨୦୧୮’ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି କେ ତ୍ରିପାଠୀ ଉତ୍ସବକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ବାତାବରଣ, ଶୃଙ୍ଖଳା ଓ ଶିକ୍ଷାଦାନ ବିଷୟରେ ଅବତାରଣା କରିଥିଲେ। ପ୍ରଫେସର ସୂର୍ଯ୍ୟକାନ୍ତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କଠିନ ପରିଶ୍ରମ କରି ନିଜ ପାଇଁ ସ୍ୱତନ୍ତ୍ରତା ପ୍ରତିଷ୍ଠା କରିବାକୁ ମତ ଦେଇଥିଲେ। ଶିକ୍ଷାନୁଷ୍ଠାନର ଉପଦେଷ୍ଟା ପି ଆର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଆଷ୍ଟ୍ରାଲ ପାଇପସ୍ର ସହକ୍ଷେତ୍ର ପରିଚାଳକ ସୁଜିତ୍ ମହାପାତ୍ର, ରିଲିଆନ୍ସ ଜିଓର ଅପରେସନ୍ ମୁଖ୍ୟ ଶୁଭଶାନ୍ତି ବିଧାୟକ ପ୍ରଧାନ, ଟିସିଏସ୍ର ପ୍ରୋଗ୍ରାମ ଡାଇରେକ୍ଟର୍ ମନୋରଞ୍ଜନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖିବା ସହ ତାହାକୁ ସାକାର କରିବାକୁ ଆହ୍ଵାନ ଦେଇଥିଲେ। ବିଆଇଆଇଟିଏମ୍ର ସହାୟକ ପ୍ରଫେସର ପଲ୍ଲବୀ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us