ଓଡ଼ିଆ ସ୍ୱାଭିମାନ ଥିଲା ବିଜୁବାବୁଙ୍କ ସ୍ୱପ୍ନ ଓ ସଂଗ୍ରାମ

Advertisment

ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ

ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ

ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବ ବିଜୁଙ୍କ ତିରୋଧାନ ଦିବସ

ଭୁବନେଶ୍ୱର: ବିଜୁବାବୁ ଥିଲେ ଓଡ଼ିଶାବାସୀଙ୍କ ଅତି ନିଜର। ଓଡ଼ିଆ ଜାତିର ଗୌରବ ଓ ଓଡ଼ିଶା ମା’ର ସ୍ୱତନ୍ତ୍ର ପରିଚୟ ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା। ବିଜୁବାବୁ ଅନେକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ସବୁ ସ୍ୱପ୍ନ ଓ ସଂଗ୍ରାମ ଓଡ଼ିଆ ସ୍ୱାଭିମାନ ପାଇଁ ରହିଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ସ୍ମୃତି ସଭାରେ ମୁଖ୍ୟମନ୍ତ୍ରୀ ସଭାପତିତ୍ୱ କରି କହିଲେ, ମୃତ୍ୟୁର ଏତେ ଦିନ ପରେ ମଧ୍ୟ ଓଡ଼ିଶାବାସୀଙ୍କ ସହ ବିଜୁ ବାବୁଙ୍କ ସଂପର୍କ ପୂର୍ବଭଳି ମଜଭୁତ ରହିଛି। ନିର୍ଭୀକ ଓ କର୍ମମୟ ଜୀବନର ଦୀକ୍ଷା ନେଇଥିବା ବିଜୁବାବୁ ଦୃଢ଼ ସଂକଳ୍ପ, କଠୋର ସାଧନା ଓ ଦୂରଦୃଷ୍ଟି ଯୋଗୁଁ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ। ବିକାଶର ରାସ୍ତାରେ ଆଗେଇ ଯିବା ପାଇଁ ସେ ପ୍ରେରଣା ଦେଇ ଚାଲିଛନ୍ତି। ଓଡ଼ିଶାର ଗୌରବକୁ ଉଚ୍ଚା କରିବାର ସଂକଳ୍ପ ନେବା ହିଁ ସେହି ମହାନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ଦେଶରେ ପ୍ରଥମେ ସର୍ବନିମ୍ନ ମଜୁରି ଲାଗୁ ଓ ମହିଳାମାନଙ୍କୁ କ୍ଷମତା ପ୍ରଦାନ କରିବା ଦିଗରେ ବିଜୁବାବୁଙ୍କ ଯଥେଷ୍ଟ ଅବଦାନ ଥିଲା। ବିଜୁବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହେବା ପାଇଁ ଚେଷ୍ଟା ଜାରି ରହିବା ଦରକାର ବୋଲି ଶ୍ରୀ ପଣ୍ଡା କହିଥିଲେ। ଦଳର ଉପ-ସଭାପତି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଲେ, ବିଜୁତ୍ୱର ଶେଷ ନାହିଁ। ବିଜୁବାବୁଙ୍କ ଅବର୍ତମାନରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ବିକାଶର ଧାରାକୁ ଆଗେଇ ନେଇ ଚାଲିଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବିଧାୟିକା ପ୍ରମିଳା ମଲ୍ଲିକ, ମେୟର ଅନନ୍ତ ନାରାୟଣ ଜେନା, ଉପ-ମେୟର କେ.ଶାନ୍ତି, ଦଳର ରାଜ୍ୟ ସଂପାଦକ ବିଜୟ ନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe