ଭୁବନେଶ୍ୱର: ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମି ପକ୍ଷରୁ ଜାତୀୟ ସାମାଜିକ ସୁରକ୍ଷା ଅନୁଷ୍ଠାନ ସହଯୋଗରେ ମଧ୍ୟ ସ୍ତରୀୟ ପୁଲିସ୍ ଅଧିକାରୀଙ୍କ ପାଇଁ ‘ସାମାଜିକ ସୁରକ୍ଷା’ ଉପରେ ଏକ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲ୍ଲାରୁ ୫୨ଜଣ ପୁଲିସ୍ ଅଧିକାରୀ ଯୋଗ ଦେଇଥିଲେ। ଏଥିରେ ଅତିଥି ପ୍ରଶିକ୍ଷକ ଭାବେ ରାଜ୍ୟ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବୋର୍ଡର କୌଶିକ ମାନ୍ନା, ହେଲ୍ପ୍ଏଜ୍ ଇଣ୍ଡିଆର ଭାରତୀ ଚକ୍ର, ଏସ୍ସିବି ମେଡିକାଲ କଲେଜର ନରେନ୍ଦ୍ର ନାଥ ସାମନ୍ତରାୟ, ଆଇନ ସଚିବ ଶଶିକାନ୍ତ ମିଶ୍ର, ଅତିରିକ୍ତ ଆରକ୍ଷୀ କମିସନର୍ ସଞ୍ଜୟ କୁମାର ସିଂହ ଓ ଉନ୍ନୟନ ପରାମର୍ଶଦାତା ଗିରୀଶ ପ୍ରସାଦ ସ୍ୱାଇଁ ସମାଜର ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀ, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଥିବା ଆଇନଗତ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଏ ଦିଗରେ ପୁଲିସ୍ର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ପ୍ରଶିକ୍ଷଣ) ତଥା ଏକାଡେମିର ନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ହରପ୍ରିୟା ନାୟକ ଓ ବିନୋଦିନୀ ନାୟକ ସଞ୍ଚାଳନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us