ଗଙ୍ଗୁଆ ଉପରେ ବିଜୁ ସେତୁର ଶିଳାନ୍ୟାସ

ଗଙ୍ଗୁଆ  ଉପରେ ବିଜୁ ସେତୁର ଶିଳାନ୍ୟାସ

ଭୁବନେଶ୍ବର : ଭୁବନେଶ୍ବର-ଜଟଣୀ ମଧ୍ୟରେ ଯାତାୟାତ ସହଜ ହେବ। ଟିକରପଡ଼ା ଓ ପାଞ୍ଚଗାଁକୁ ଯୋଡ଼ିବା ପାଇଁ ଗଙ୍ଗୁଆ ନଦୀ ଉପରେ ବିଜୁ ସେତୁ ନିର୍ମାଣ କରାଯିବ। ଆଜି ଟିକରପଡ଼ାରେ ଏହି ସେତୁର ଶିଳାନ୍ୟାସ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅ‌େଶାକ ଚନ୍ଦ୍ର ପଣ୍ଡା। ସେତୁ ନିର୍ମାଣ ସରିଲେ ଭୁବନେଶ୍ବରରୁ ଜଟଣୀ ଯିବା ପାଇଁ ନୂଆ ବିକଳ୍ପ ଖୋଲିପାରିବ ବୋଲି ମନ୍ତ୍ରୀ ଆଶାପ୍ରକଟ କରିଥିଲେ। ଏହି ସେତୁ ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଆଜି ଗୌତମ ନଗରରେ ବିଏମ୍‌ସି ପକ୍ଷରୁ ଐତିହ୍ୟ ତୋରଣ, ଗଡ଼ମହାବୀର-ଶିଶୁପାଳ ରୋଡ୍‌ରେ ପୂର୍ତ୍ତ ବିଭାଗ ପକ୍ଷରୁ କଲ୍‌ଭର୍ଟ, ଲିଙ୍ଗିପୁର ବିଜୟ ବିହାରରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ନୂଆ ରାସ୍ତାର ଶିଳାନ୍ୟାସ କରାଯାଇଥିଲା। ଏହିସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସହ ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ ଶାନ୍ତି, ଭୁବନେଶ୍ବର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟାର ଦୀପ୍ତିମୟୀ ସୁନ୍ଦରାୟ, କର୍ପୋରେଟର୍ ପୁଷ୍ପା ଦାସ, ବିରଞ୍ଚି ନାରାୟଣ ମହାସୂପକାର, ସରପଞ୍ଚ ଇତିଶ୍ରୀ ଚମ୍ପତି, ସଂଘମିତ୍ରା ପାଳ, ସମିତି ସଭ୍ୟ ବିଭୂତି ଭୂଷଣ ପ୍ରଧାନ, ରଶ୍ମିତା ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe