ଘରେ ଭଡ଼ା ରହି ବାଇକ୍‌ ଚୋରି, ଅଭିଯୁକ୍ତ ଗିରଫ

ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ପୁରୁଣା ଭୁବନେଶ୍ୱର : ଘର ମାଲିକଙ୍କ ଦାମୀ ବାଇକ୍‌ ଚୋରି କରିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲା, ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ଅଞ୍ଚଳର ସଇକେଶ ଦାଶ(୨୫)। ସେ ରୂପାଲି ଛକ ନିକଟ ଏକ ହୋଟେଲରେ କାମ କରେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ଥାନା ଅଧୀନ ମହାବୀର ନଗରରେ ସକିର ମହମ୍ମଦ ନାମକ ବ୍ୟକ୍ତି ସଇକେଶଙ୍କୁ ଭଡ଼ାରେ ରଖିଥିଲା। ସେ ଘର ଛାଡ଼ିବା କିଛି ଦିନ ପରେ ସକିରଙ୍କ ୧ଲକ୍ଷ ୩୦ହଜାର ଟଙ୍କାର ଏକ ଦାମୀ ବାଇକ୍‌ ଚୋରି ହୋଇଥିଲା। ଚୋରି ଘଟଣା ନେଇ ସକିର ଥାନାରେ ଅଭିଯୋଗ ପରେ ପୁଲିସ ଅନୁସନ୍ଧାନ କରି ସଇକେଶଙ୍କୁ ରୂପାଲି ଛକରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe