ପୁଲିସ ହାତରେ ବାଇକ୍ ଚୋର ଗ୍ୟାଙ୍ଗ, ୧୦ରୁ ୧୫ ହଜାର ଟଙ୍କାରେ ବିକୁଥିଲେ ବାଇକ୍

ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ଭୁବନେଶ୍ବର : ମାର୍କେଟ, ବ୍ୟାଙ୍କ, ହସ୍ପିଟାଲ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଚୋରାଇ ନେଉଥିଲେ ବାଇକ୍। ଜଗତସିଂହପୁର, କେନ୍ଦ୍ରାପଡ଼ା, ଆଠଗଡ଼, ବଡ଼ମ୍ବା ଭଳି ଗ୍ରାମାଞ୍ଚଳରେ ମାତ୍ର ୧୦ରୁ ୧୫ହଜାର ଟଙ୍କାରେ ବିକ୍ରି କରି ଦେଉଥି‌ଲେ। କାହାର ନମ୍ବର ପ୍ଲେଟ୍ ବଦଳାଇ ଦେଉଥିଲେ ତ ଆଉ କାହାର ନମ୍ବର ପ୍ଲେଟ୍ ଭାଙ୍ଗି ଦେଉଥିଲେ। ରାଜଧାନୀ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ ଅଞ୍ଚଳରୁ ବାଇକ୍ ଚୋରି କରୁଥିବା ଏକ ରୢାକେଟ୍‌କୁ ଖଣ୍ଡଗିରି ଥାନା ପୁଲିସ ଧରିଛି। ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ୩୫ଟି ବାଇକ୍ ଜବତ କରାଯାଇଛି। ଜବତ ହୋଇଥିବା ଚୋରି ବାଇକରେ ପଲସର୍, କେଟିଏମ୍, ୟାମାହାର ଦାମୀ ବାଇକ୍ ରହିଛି।

ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ପ୍ରବଳ ମାତ୍ରାରେ ବାଇକ୍ ଚୋରି ବଢ଼ି ଯାଇଛି। ଏହି ରାକେଟର ସଦସ୍ୟ ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ କରୁଥିଲେ। ମାଷ୍ଟର ଚାବି ବ୍ୟବହାର କରି ଚୋରି କରି ନେଉଥିଲେ ବାଇକ୍। ପୁଲିସ ବହୁ ଦିନ ଧରି ଏହି ଗ୍ୟାଙ୍ଗର ପିଛା କରୁଥିଲା। ଶେଷରେ ୫ ଜଣ ଜାଲରେ ପଡ଼ିଛନ୍ତି। ତଦନ୍ତ ଜାରି ରହିଥିବାରୁ ଆହୁରି ଅଧିକ ବାଇକ୍ ଜବତ ହେବ ବୋଲି ପୁଲିସ ଆଶା ରଖିଛି। ଏ ସମ୍ପର୍କରେ ପୁଲିସ ଆସନ୍ତାକାଲି ସବିଶେଷ ତଥ୍ୟ ଦେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe