ଭୁବନେଶ୍ବର : ନୂଆପଲ୍ଲୀ ୩୭ନଂ ଵାର୍ଡସ୍ଥିତ ପ୍ରଜାପତି ମଣ୍ଡପ ନିକଟରେ ଏକ ନିର୍ମାଣାଧୀନ ଡ୍ରେନ୍ରେ ଜଣେ ବାଇକ୍ ଆରୋହୀ ଖସିପଡ଼ିଛନ୍ତି। ପ୍ରଜାପତି ମଣ୍ଡପ ନିକଟରେ ଥିବା ରାସ୍ତାରେ ସେ ଯାଉଥିବା ବେଳେ ଭାରସାମ୍ୟ ହୋଇ ମୁକୁଳା ଡ୍ରେନ୍ ଭିତରେ ଗଳି ପଡ଼ିଥିଲେ। ତେବେ ମାସାଧିକ କାଳ ଡ୍ରେନ୍ କାମ ଚାଲୁଥିଲେ ହେଁ ଏପର୍ଯ୍ୟନ୍ତ କାମ ସରୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଲୋକେ ଯିବା ଆସିବା ପାଇଁ ଉକ୍ତ ବିପଜ୍ଜନକ ରାସ୍ତା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ସୂଚନାଯୋଗ୍ୟ ନୂଆପଲ୍ଲୀ ଜଳବନ୍ଦୀରେ ଏକ ହଟ୍ସ୍ପଟ୍ ଜୋନ୍ ଭାବେ ରାଜଧାନୀରେ ପରିଚିତ। ତେଣୁ ବର୍ଷା ପୂର୍ବରୁ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କାମ ନେଇଥିବା ସଂସ୍ଥା ମନ୍ଥର ଗତିରେ କାମ କରୁଥିବା ଅଭିଯୋଗ ହେଉଛି।
ନିର୍ମାଣାଧୀନ ଡ୍ରେନ୍ରେ ଗଳିପଡ଼ିଲେ ବାଇକ୍ ଆରୋହୀ
Advertisment
Follow Us