ବାଇକ୍‌-ସ୍କୁଟି ମୁହାଁମୁହିଁ, ୨ ଗୁରୁତର

Advertisment
ଦୁର୍ଘଟଣାରେ ପୁରୀ ମୁଖ୍ୟ ଚିକିତ୍ସାଳୟର ରେଡିଓଗ୍ରାଫର୍‌ ମୃତ

ବାଲିଅନ୍ତା: ଭୁବନେଶ୍ବର-ବନମାଳିପୁର ମୁଖ୍ୟ ରାସ୍ତାର ବାଳକାଟି ଫାଣ୍ଡି ଅଧୀନ ଶିଶିଲୋ ଛକ ନିକଟରେ ଆଜି ସଂଧ୍ୟାରେ ଏକ ବାଇକ୍‌ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ, ବାଲିପାଟଣା ଥାନା ଅଧୀନ ନିଶ୍ଚିନ୍ତପୁର ଗ୍ରାମର ତ୍ରିଲୋଚନ ଓତା (୫୮) ଓ ନୟାଗଡ଼ ଥାନା ରାଡେଲ ଅଞ୍ଚଳର ହରି ନାୟକ (୫୦)। ପୁଲିସ ଉଭୟଙ୍କୁ ଚିକିତ୍ସା ଲାଗି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହରି ସ୍କୁଟି(ଓଡି ୦୨-ଏୟୁ ୦୫୦୪ରେ ବାଲିପାଟଣା ଅଭିମୁଖେ ଯାଉଥିବା ବେଳେ ଶିଶିଲୋ ବୁଲାଣି ରାସ୍ତାରେ ବାଇକ୍‌(ଓଆର୍‌୦୨-ଏଇ୭୨୭୯) ସହ ମୁହାଁମୁହିଁ ଧକ୍କା ହୋଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe