ଖଣ୍ଡଗିରି: ବାଇକ୍ ଚୋରି କରୁଥିବା ଅଭିଯୋଗରେ ଗୁରୁବାର ତମାଣ୍ଡୋ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ କଟକ ଜିଲ୍ଲା ନିଆଳିରେ ରହୁଥିବା ପୁରୀ ଟାଉନ୍ ଥାନା ମାର୍କଣ୍ଡେୟ ସାହିର ଯତୀନ୍ ରାଉତ(୨୮)। ପୁଲିସ ସୂଚନାନୁସାରେ ମଙ୍ଗଳବାର ରାତିରେ ଯତୀନ୍ ଓ ତା’ର ଅନ୍ୟ ଜଣେ ସହଯୋଗୀ ତମାଣ୍ଡୋ ଥାନା ନାରଗୋଦା ଗାଁରୁ ଦୁଇଟି ବାଇକ୍ ଚୋରି ପଳାଉଥିଲେ। ଏହି ସମୟରେ ଗାଁର କିଛି ଯୁବକ ସେମାନଙ୍କୁ ସନ୍ଦେହ କରି ଅଟକାଇବାବେଳେ ଜଣେ ଦ୍ରୁତବେଗରେ ବାଇକ୍ ଚଳାଇ ପଳାଇଥିଲା। ମାତ୍ର ଯତୀନ୍ ଖସି ପାରି ନଥିିଲା। ବାଇକ୍ ଚୋର ବୋଲି ଜଣାପଡ଼ିବା ପରେ ଗାଁର ଯୁବକମାନେ ତାକୁ ବହେ ଛେଚି ପୁଲିସ ଜିମା ଦେଇଥିଲେ। ତେବେ ଯତୀନ୍ର ସହଯୋଗୀ ନେଇ ପଳାଇଥିବା ବାଇକ୍ଟି କଳିଙ୍ଗବିହାର ନିକଟରେ ଖରାପ ହୋଇଯିବାରୁ ସେ ତାକୁ ଛାଡ଼ି ପଳାଇଥିଲା ଓ ପରେ ପୁଲିସ ତାକୁ ଉଦ୍ଧାର କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us