କାର୍ ଧକ୍କାରେ ବାଇକ୍‌ ଆରୋହୀ ମୃତ

Advertisment
ମୟୂରଭଂଜ: ବିଷଧର ସାପ କାମୁଡିବାରୁ ବାପ ମୃତ, ଗୁରୁତର ଝିଅକୁ ହସ୍‌ପିଟାଲ୍‌ରେ ଭର୍ତ୍ତି

Indiatimes.com

ଖଣ୍ଡଗିରି: ବୁଧବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡ଼କା ଗାଁର ବରଜ ଭୂୟାଁଙ୍କ ପୁଅ ରଘୁନାଥ(୩୨)। ଏକ କାର୍ ରଘୁନାଥଙ୍କ ବାଇକ୍‌କୁ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଯାଁଳା ଫାଣ୍ଡି ପୁଲିସ ଶବ ବ୍ୟବଚ୍ଛେଦ କରାଇବା ପରେ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଓ ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

ସୂଚନାନୁସାରେ ଗତକାଲି ସନ୍ଧ୍ୟାରେ ରଘୁନାଥ ତାଙ୍କ ବାଇକ୍‌ (ଓଡି୦୨ଏଲ୍‌-୦୫୩୫) ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ବର ଆସୁଥିଲେ। ରାତି ପ୍ରାୟ ୧୦ଟା ବ‌େଳେ ସେ ‌ପିତାପଲ୍ଲୀ ଛକରେ ପହଞ୍ଚିଥିବା ବେଳେ ପଛରୁ ଦ୍ରୁତବେଗରେ ଆସୁଥିବା ଏକ କାର୍‌ (ଓଆର୍‌୦୭ପି-୦୦୧୧) ତାଙ୍କ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ ରଘୁନାଥ ଗୁରୁତର ଆହତ ହୋଇଥିଲେ ଓ ଭାରସାମ୍ୟ ହରାଇ କାର୍‌ଟି ଓଲଟି ପଡ଼ିଥିଲା। କାର୍ ଚାଳକ ସନ୍ତୋଷ ମହାପାତ୍ର ଓ ଅନ୍ୟ ଜଣେ ଯାତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ଆହତ ହୋଇଥିଲେ। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରିଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥା‌ରେ ରଘୁନାଥଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe