ଭୁବନେଶ୍ୱର : ଭାରତୀୟ ଇତିହାସ କଂଗ୍ରେସର ୭୮ତମ ଅଧିବେଶନ ପଶ୍ଚିମବଙ୍ଗସ୍ଥିତ ଯାଦବପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଥର ସମସାମୟିକ ଇତିହାସ ଲେଖା ବିଭାଗରେ ବିକ୍ରମ କେଶରୀ ଜେନାଙ୍କୁ ତାଙ୍କର ସନ୍ଦର୍ଭ ‘ଆଦିବାସୀଙ୍କ ଆନ୍ଦୋଳନ ଓ ପ୍ରାକୃତିକ ସମ୍ପଦ ଉପରେ ନିଜର ଗଣତାନ୍ତ୍ରିକ ଅଧିକାର’କୁ ଜାତୀୟସ୍ତରୀୟ ପ୍ରଫେସର ପପିଆ ଘୋଷ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ତାଙ୍କର ନିଜସ୍ୱ ନୁହେଁ, ବରଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ବୋଲି ଶ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଏହି ଅବସରରେ ପ୍ରାଧ୍ୟାପକ ଚଣ୍ଡୀ ପ୍ରସାଦ ନନ୍ଦଙ୍କ ତତ୍ତ୍ୱାବଧାନରେ ତାଙ୍କର ଗବେଷଣା କାର୍ଯ୍ୟ ‘ବିକାଶ, ବିସ୍ଥାପନ ଓ ଓଡ଼ିଶାର ଜନ ଆନ୍ଦୋଳନ(୧୯୪୭-୨୦୧୦)’ ପ୍ରଫେସର ପ୍ରଜ୍ରୋତ ପାଲିତ(ଆସାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ) ଏବଂ ପ୍ରଫେସର ଆଶିଷ କୁମାର ଦାଶ(ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟ)ଙ୍କ ଦ୍ୱାରା ପରୀକ୍ଷିତ ଓ ପ୍ରଶଂସିତ ହୋଇଛି। ଶ୍ରୀ ଜେନା ବର୍ତ୍ତମାନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୩୬ ମସିହାରେ ଓଡ଼ିଶାର ରୂପରେଖ ତଥା ଅଦିବାସୀଙ୍କ ସ୍ଥିତି ସମ୍ପର୍କରେ ‘ଆଦିବାସୀ କୋଶ୍ଚେନ୍ସ ଆଣ୍ଡ ପଲିସି ରୋଡ଼ ମ୍ୟାପ୍ ୨୦୩୬’ ଉପରେ ଗବେଷଣା ଆରମ୍ଭ କରିଛନ୍ତି।
Follow Us