ବିନ୍ଦୁ ସାହିତ୍ୟ ସମାଜର ‘ସାରସ୍ବତ ଉତ୍ସବ’

ବିନ୍ଦୁ ସାହିତ୍ୟ ସମାଜର ‘ସାରସ୍ବତ ଉତ୍ସବ’

ଭୁବନେଶ୍ବର: ବିନ୍ଦୁ ସାହିତ୍ୟ ସମାଜର ‘ସପ୍ତମ ସାରସ୍ବତ ଉତ୍ସବ’ ଓ ଏହାର ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ୮୦ତମ ଜନ୍ମ ଦିବସ ଆଜି ରେଡ୍‌କ୍ରସ ଭବନ ସଭାକକ୍ଷରେ ଅନୁଷ୍ଠିତ ହୋ‌ଇଯାଇଛି। ଅନୁଷ୍ଠାନର ସଭାପତି ବାଉରୀବନ୍ଧୁ ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ‌ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ଓ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଅଧ୍ୟାପକ ବିଶ୍ବରଞ୍ଜନ ଯୋଗ ଦେଇ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

କବୟିତ୍ରୀ ସ୍ବପ୍ନା ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିନ୍ଦୁ ସାହିତ୍ୟ ସମାଜର ମୁଖପତ୍ର ‘ବିନ୍ଦୁ’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ପ୍ରଫେସର ଶ୍ରୀ ମିଶ୍ରଙ୍କ ୮୦ତମ ଜନ୍ମଜୟନ୍ତୀ ଉଦ୍ଦେଶ୍ୟରେ ପ୍ରସ୍ତୁତ ସ୍ମରଣିକା ‘ଶ୍ରଦ୍ଧାବନ’ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ଗାଳ୍ପକା ସୁଷମା ପରିଜାଙ୍କ ‘ଗୋଟିଏ ଶୀତ ରାତିର ସ୍କେଚ’ ଓ ରୋହିଣୀ କୁମାର ବେହେରାଙ୍କ ‘ପୋଏଟିକ୍‌ ଫ୍ରାଗ୍ନାନ୍ସ’ ଏହି ଅବସରରେରେ ପାଠକାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଶଶିଭୂଷଣ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅରୁଣ ବିଶ୍ବାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କବି ଭକ୍ତଚରଣ ମଲ୍ଲ ଧନ୍ୟବାଦ ଦେଇଥିଲେ। କବୀ ଅମ୍ବିକା ସ୍ବାଇଁ ଓ ସୁଚେତା ନନ୍ଦଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe