ମନ ମୋହୁଛି ବିନ୍ଦୁସାଗର ମ୍ୟୁଜିକାଲ ଫାଉଣ୍ଟେନ୍‌

Advertisment
ମନ ମୋହୁଛି ବିନ୍ଦୁସାଗର ମ୍ୟୁଜିକାଲ ଫାଉଣ୍ଟେନ୍‌

ପୁରୁଣା ଭୁବନେଶ୍ୱର: କରୋନା ଯୋଗୁଁ ଏକାମ୍ର କ୍ଷେତ୍ରକୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ତେବେ ଶୀତୁଆ ସଂଧ୍ୟାରେ ବିନ୍ଦୁସାଗର କୂଳରେ ଜମୁଛି ଭିଡ଼। ଏଠାରେ ମ୍ୟୁଜିକାଲ ଫାଉଣ୍ଟେନ୍‌ କାର୍ଯ୍ୟକ୍ଷମ ହୋଇଥିବାରୁ ବହୁ ଲୋକଙ୍କ ସମାଗମ ହେଉଛି। ସେଠାରେ ବସି ଶୀତୁଆ ପବନର ମଜା ନେବା ସହ ମ୍ୟୁଜିକାଲ ଫାଉଣ୍ଟେନର ଦୃଶ୍ୟ ଉପଭୋଗ କରୁଛନ୍ତି। ଅପରାହ୍ନ ୪ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ମ୍ୟୁଜିକାଲ ଫାଉଣ୍ଟେନ ଦର୍ଶକଙ୍କ ମନ ମୋହୁଛି। ପୂର୍ବଘାଟ, ଉତ୍ତରେଶ୍ବର ଘାଟ, ଦ୍ବାରବାସିନୀ ଘାଟରେ ଅଧିକ ଯୁବକ ଯୁବତୀ ବସୁଥିବା ଦେଖିବାକୁ ମିଳିଛି। ତିନି ଦିନ ହେଲା ଏହା କାର୍ଯ୍ୟକ୍ଷମ ହୋଇଛି। ସନ୍ଧ୍ୟାରେ ଦୁଇଟି ସୋ’ ଚାଲୁଛି। ଯାହା ଏକାମ୍ରକ୍ଷେତ୍ରର ଅନ୍ୟତମ ଆକର୍ଷଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe