ଆଇଏଲ୍‌ଏସ୍‌ରେ ତାଲିମ ‌ନେବେ ବାୟୋଟେକ୍ନୋଲୋଜି ଶିକ୍ଷକ

Advertisment
ଆଇଏଲ୍‌ଏସ୍‌ରେ ତାଲିମ ‌ନେବେ ବାୟୋଟେକ୍ନୋଲୋଜି ଶିକ୍ଷକ

New Indian Express

ଚନ୍ଦ୍ରଶେଖରପୁର : ଆସନ୍ତାବର୍ଷଠାରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ(ଆଇଏଲ୍‌ଏସ୍‌)ରେ ବାୟୋଟେକ୍ନୋଲୋଜିରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଲାଗି ତାଲିମ୍‌ କାର୍ଯ୍ୟକ୍ରମ କରାଯିବ। ପ୍ରଥମ ପର୍ଯ୍ୟାୟରେ ଦୁଇଟି ବ୍ୟାଚ୍‌ରେ ଏହି ତାଲିମ୍‌ କାର୍ଯ୍ୟକ୍ରମ ହେବ। ପ୍ରତି ବ୍ୟାଚ୍‌ରେ ୩୦ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ୧୨ଦିନ ଲେଖାଏଁ ତାଲିମ୍‌ ନେବେ ବୋଲି ଆଇଏଲ୍‌ଏସ୍‌ ଓ ଆରଏମ୍‌ଆରସିର ମିଳିତ ସହଯୋଗରେ ଅନୁଷ୍ଠିତ ଭର୍ଚୁଆଲ ଓପନ୍‌ ଡେ’ ଓ ସାଇନ୍ସ ଫେଷ୍ଟିଭାଲ୍‌ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ଆଇଏଲ୍‌ଏସ୍‌ ନିର୍ଦେଶକ ଅଜୟ ପରିଡ଼ା କହିଛନ୍ତି।

ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବିଜ୍ଞାନ ଶିକ୍ଷା, ଗବେଷଣା ଓ ଉଦ୍ୟୋଗର ବିକାଶ ଦିଗରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଓ ୬ଟି ସ୍ଥାନରେ ପ୍ଲାନିଟୋରିୟମ୍‌ ଖୋଲିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିଛି ସ୍ଥାନରେ କାର୍ଯ୍ୟ ଆଗେଇଛି। ଖୁବ୍‌ଶୀଘ୍ର ଏହା ଚୂଡ଼ାନ୍ତ ରୂପ‌ ନେବା ପରେ ଛାତ୍ରଛାତ୍ରୀମାନେ ବେଶ୍‌ ଉପକୃତ ହୋଇପାରିବେ ବୋଲି କହିଥିଲେ। ବିଭାଗୀୟ ସଚିବ ସନ୍ତୋଷ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ସଂସ୍ଥା ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଆରଏମ୍‌ଆରସି ନିର୍ଦେଶିକା ସଙ୍ଘମିତ୍ରା ପତି ଅନ୍ୟତମ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ୨୫୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିବା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଏସିଏସ୍‌ର ଡା. ଜ୍ୟୋର୍ତିମୟୀ ଦାଶ, ନାଇଜର୍‌ର ବେଦାଙ୍ଗ ଦାଶମହାପାତ୍ର, ଏନ୍‌ଆଇଆଇର ଅମୂଲ୍ୟ ପଣ୍ଡା, ଏନ୍‌ବିଆରଆଇର ଏସ୍‌. କେ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe