ପଶ୍ଚିମବଙ୍ଗରୁ ପକ୍ଷୀ, ବନ୍ୟଜନ୍ତୁ ଚୋରାଚାଲାଣ: ୬୦୦ ପକ୍ଷୀ, ୬୦ ଠେକୁଆ ଉଦ୍ଧାର

Advertisment

ବସ୍‌ ଡ୍ରାଇଭର‌୍‌, ହେଲପର ଅଟକ

ବସ୍‌ ଡ୍ରାଇଭର‌୍‌, ହେଲପର ଅଟକ

ପଶ୍ଚିମବଙ୍ଗରୁ ପକ୍ଷୀ, ବନ୍ୟଜନ୍ତୁ ଚୋରାଚାଲାଣ: ୬୦୦ ପକ୍ଷୀ, ୬୦ ଠେକୁଆ ଉଦ୍ଧାର

କଟକ: ପଶ୍ଚିମବଙ୍ଗ ହଳଦିଆରୁ କଟକକୁ ଚୋରା ଚାଲାଣ ହେଉଥିବା ଚଢେ଼ଇ ଓ ବନ୍ୟଜନ୍ତୁ ରାକେଟ୍‌ର ଦୁଇଜଣ ଧରାପଡ଼ିଛନ୍ତି। ବାଦାମବାଡ଼ି ଥାନା ପୁଲିସ ଏକ ଘରୋଇ ବସ୍‌ ଡିକି ଭାଙ୍ଗି ଭିତରୁ ୬୦୦ ଚଢେ଼ଇ, ୬୦ ଠେକୁଆ ଓ ଗିନିପିଗ୍‌ ୨୦ଟି ଜବତ କରିଛି। ଏହି ମାମଲାରେ ବାଦାମବାଡ଼ି ଥାନା ପୁଲିସ ବସର ଡ୍ରାଇଭର ଓ ହେଲପରଙ୍କୁ ଥାନାରେ ଅଟକ ରଖିଛି। ହଳଦିଆରୁ କେଉଁ ପକ୍ଷୀ ମାଫିଆ କଟକକୁ ପକ୍ଷୀ ଚାଲାଣ କରୁଥିଲେ, ସେନେଇ ପୁଲିସ ଅନୁସନ୍ଧାନ ଚଳାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ହଳଦିଆରୁ ମହାଲକ୍ଷ୍ମୀ ବସ(ଡବ୍ଲୁବି ୭୬ ଏ ୫୩୩୭)ରେ ରବିବାର କଟକକୁ ଚଢେ଼ଇ ଓ ଠେକୁଆ ଚାଲାଣ ହୋଇଥିଲା। ସୋମବାର ଭୋର୍‌ ପ୍ରାୟ ୩ଟା ବେଳେ ବାଦାମବାଡ଼ି ବସ୍‌ଷ୍ଟାଣ୍ତ ନିକଟରେ ବସ୍‌ ପହଞ୍ଚିଥିଲା। ବସ୍‌ର ପଛ ଡିକି ଓ ବସ୍‌ ଭିତରେ ଚଢେ଼ଇ ଶବ୍ଦ ଶୁଭିବାରୁ ପୁଲିସର ସନ୍ଦେହ ହୋଇଥିଲା। ଗାଡ଼ି ଭିତର ଯାଞ୍ଚ କରିବା ପରେ ସିଟ୍‌ ଉପରେ ପଞ୍ଜୁରୀରେ ଚଢେ଼ଇ ଥିବା ଦେଖିବାକୁ ମିଳିଥିଲା। ପଛ ଡିକିର ତାଲା ଭାଙ୍ଗିବାରୁ ସେଥିରେ ବି ଚଢେ଼ଇ, ଠେକୁଆ, ଗୁଇନିଆ ପିଗ୍‌ ପୁଲିସ ଜବତ କରିଥିଲା। ଚଢେ଼ଇ ଭିତରେ ଧଳା ପାରା, ଫ୍ରିନ୍ସ, ଲଭ୍‌ ବାର୍ଡ ପ୍ରଜାତିର ଚଢେ଼ଇ ଦେଖିବାକୁ ମିଳିଥିଲା। ଏଭଳି ପକ୍ଷୀ ଓ ବନ୍ୟଜନ୍ତୁ ଚୋରାଚାଲାଣ ସମ୍ପୂର୍ଣ୍ଣ ବେଆଇନ ହୋଇଥିବା ବେଳେ ପୁଲିସ୍ ଆଜି ଗାଡ଼ି ଡ୍ରାଇଭର ଓ ହେଲପରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଉଦ୍ଧାର ହୋଇଥିବା ପକ୍ଷୀ ଓ ବନ୍ୟଜନ୍ତୁଙ୍କୁ ଭୁବନେଶ୍ବରରେ ଥିବା ଆନିମଲ୍‌ େଵଲଫେୟାର ଟ୍ରଷ୍ଟ ଏକାମ୍ରକୁ ହସ୍ତାନ୍ତର କରାଯାଇଛି। ବସ୍‌ରେ ଆସିବା ସମୟରେ ୩ଟି ଚଢେ଼ଇ ଓ ଗୋଟିଏ ଠେକୁଆର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ଏବେ ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କ ଡାକ୍ତରୀ ଚିକିତ୍ସା କରାଯିବାକୁ ଯୋଜନା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଟ୍ରଷ୍ଟର ଫାଉଣ୍ଡର୍‌ ପୂରବୀ ପାତ୍ରଙ୍କ ସମେତ ସମାଜସେବୀ ଲିନସା ବେହୁରା, ଅଭୀପ୍ସା ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe