ବାର୍ଡ ଫ୍ଲୁ ଆତଙ୍କ : ମାଛ ଆକାଶଛୁଆଁ, ଚିକେନ୍‌କୁ ନା

Advertisment
ପଛୁଆ ଅଞ୍ଚଳର ଆଗୁଆ ମହିଳା; ମାଛ ଚାଷ କରି ହୋଇଛନ୍ତି ସ୍ବାବଲମ୍ବୀ

image source-updateodisha.com

ଭୁବନେଶ୍ବର : ରାଜଧାନୀବାସୀଙ୍କୁ ଘାରିଛି ବାର୍ଡ ଫ୍ଲୁ ଭୟ। ଓୟୁଏଟି କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ହୋଇଥିବା ଘୋଷଣା ହେବା ପରେ ପ୍ରଶାସନ ପକ୍ଷରୁ ଫାର୍ମ ହାଉସ୍‌ଠାରୁ ଗୋଟିଏ କିଲୋମିଟର ଭିତରେ ଚିକେନ୍‌ ଓ ଅଣ୍ଡା ବିକ୍ରି ଉପରେ କଟକଣା ଜାରି ହୋଇଛି। ୧ରୁ ୧୦ କିମି ଅଞ୍ଚଳ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ପରିମାଣସ୍ବରୂପ ସମ୍ପୂର୍ଣ୍ଣ ରାଜଧାନୀର ଚିକେନ୍‌ ବଜାର ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ଦିନକୁ କୁଇଣ୍ଟାଲ କୁଇଣ୍ଟାଲ ଚିକେନ୍‌ ବିକ୍ରି କରୁଥିବା ବ୍ୟବସାୟୀମାନେ ରବିବାରରେ ବି ହାତ ବାନ୍ଧି ବସିଛନ୍ତି। ନା ‌ଗ୍ରାହକଙ୍କ ଦେଖା ଅଛି ନା ବେପାର ହେଉଛି। ରବିବାରିଆ ବଜାରରେ କେବଳ କାଉଣ୍ଟର ଖୋଲି ବସିଛନ୍ତି ବ୍ୟବସାୟୀ।

publive-image Justdial

ରାଜଧାନୀର ପ୍ରମୁଖ ଆମିଷ ମାର୍କେଟ ୟୁନିଟ୍‌-୪ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ରବିବାର ହୋଇଥିଲେ ମଧ୍ୟ ଚିକେନ୍‌ ସେଣ୍ଟର୍‌ରେ ସେଭଳି ଭିଡ଼ ଦେଖିବାକୁ ମିଳିନଥିଲା। କାଁ ଭାଁ ଜଣେ ଦୁଇ ଜଣ ଚିକେନ୍‌ ନେବାକୁ ଛିଡ଼ା ହୋଇଥିଲେ। ତା’ ପୁଣି ବିବାହ ଉତ୍ସବ ପାଇଁ। ସାଧାରଣ ଲୋକେ ଚି‌କେନ୍‌ ନେଉ ନାହାନ୍ତି। ଏଠାକାର ବ୍ୟବସାୟୀ ଏସ୍‌. ରହିମ୍‌ଙ୍କ କହିବାନୁଯାୟୀ ବାର୍ଡ ଫ୍ଲୁ ପରେ ବେପାର ପୁରା ମାନ୍ଦା। ୭ ଦିନ ହେଲା ଗ୍ରାହକଙ୍କ ଦେଖାନାହିଁ। ରବିବାର, ବୁଧବାର, ଶୁକ୍ରବାର ଯେଉଁଭଳି ବେପାର ହୁଏ, ତାହା ହେଉନି। ଦୋକାନକୁ ଆସିବା ପୂର୍ବରୁ ଲୋକେ ଦୁଇ ଥର ଚିନ୍ତା କରୁଛନ୍ତି। ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳୀ ଭୁବନେଶ୍ବର ହୋଇଥିବାରୁ ଚିକେନ୍‌ ବେପାର ଉପରେ ଅଧିକ ପ୍ରଭାବ ପଡ଼ିଛି। ବାହାର ଅଞ୍ଚଳରୁ କୁକୁଡ଼ା ଆଣି ମାରିଲେ ମଧ୍ୟ ଗ୍ରାହକ ତାହାକୁ ନେଉ ନାହାନ୍ତି। ଗତକାଲି ଦୋକାନ ବନ୍ଦ ଥିଲା। ଆଜି ଖୋଲିଥିଲେ ମଧ୍ୟ ବେପାର ହେଲାନି। ପୂର୍ବାହ୍ନ ୧୧ ବେଳ ପର୍ଯ୍ୟନ୍ତ ବିବାହ ଉତ୍ସବ ପାଇଁ ମାତ୍ର ଦୁଇ ଜଣ ଚିକେନ୍‌ ନେଇଛନ୍ତି। ବାର୍ଡ ଫ୍ଲୁ ପରେ ଚିକେନ୍‌ ଦର ବି ହ୍ରାସ ପାଇଛି। ଆଗରୁ ଚିକେନ୍‌ କିଲୋ ପିଛା ୧୬୦ରୁ ୨୨୦ ଟଙ୍କାରେ ବିକ୍ରି ହେଉଥିଲା। ଆଜି ତାହା ୧୨୦ରୁ ୧୬୦ ଟଙ୍କା‌କୁ ଖସି ଆସିଛି। ‌ତଥାପି ଭୟରେ ଲୋକେ ନେଉ ନାହାନ୍ତି। ରବିବାର ରାଜଧାନୀରେ ହାରାହାରି ୯୦୦ କୁଇଣ୍ଟାଲ ଚିକେନ୍‌ ବିକ୍ରି ହୋଇଥାଏ। ଏବେ ୧୫୦ କୁଇଣ୍ଟାଲ ଟପିବା ବି କଷ୍ଟକର ହୋଇପଡ଼ିଛି। ସହରରେ ଅଣ୍ଡା ବେପାର ବି ପ୍ରଭାବିତ ହୋଇଛି। କେତେକ ବ୍ୟବସାୟୀ ଅଣ୍ଡା ପିଛା ୬ ଟଙ୍କା ବଦଳରେ ୫ ଟଙ୍କାରେ ବିକ୍ରି କରୁଥିଲେ ମଧ୍ୟ ଲୋକ ନେଉନାହାନ୍ତି।

ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇଛନ୍ତି ମାଛ ବ୍ୟବସାୟୀ। ରୋହି, ଭାକୁର, ଚୁଙ୍ଗୁଡ଼ି ଦର ଏବେ ଆକାଶ ଛୁଆଁ। ଛାଡ଼ଖାଇ ଦରକୁ ବି ଟପିଯାଇଛି। ରୋହି କିଲୋ ପିଛା ୨୨୦ ଟଙ୍କାରେ ପହଞ୍ଚିଛି। ଭାକୁର ବି ୨୫୦ ଟଙ୍କା ଟପିଛି। ଯେତେବେଳେ କି ବାର୍ଡ ଫ୍ଲୁ ପୂର୍ବରୁ ରୋହି ମାଛ କିଲୋ ପିଛା ୧୫୦ରୁ ୧୮୦ ଓ ଭାକୁର ମାଛ ୧୮୦ରୁ ୨୦୦ ଟଙ୍କା ଭିତରେ ବିକ୍ରି ହେଉଥିଲା। ଜିଅନ୍ତା ମାଛ କଥା ନ କହିବା ଭଲ। ପାଟିରୁ ଯେତିକି ଟଙ୍କା ବାହାରିଲା ସେଥିରୁ ଟଙ୍କାଟିଏ ବି କମାଉନାହାନ୍ତି ବ୍ୟବସାୟୀ। ଆଜି ଚୂନା ମାଛ କିଲୋ ପିଛା ୨୫୦ ଟଙ୍କା ରହିଥିଲା। ଛୋଟ ଚିଙ୍ଗୁଡ଼ି କଲୋ ପିଛା ୩୦୦ ଓ ବଡ଼ ଚିଙ୍ଗୁଡ଼ି ୫୦୦ ଟଙ୍କା ଟପିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe