୨୮ ବର୍ଷ ହେଲା ଷ୍ଟାଫ୍ ସିଲେକ୍ସନ୍‌ କମିସନରେ ବିରଞ୍ଚି: ଷ୍ଟେନୋଗ୍ରାଫର୍‌ରୁ ପ୍ରାଇଭେଟ୍ ସେକ୍ରେଟାରି

Advertisment

୧୮ ଅଧ୍ୟକ୍ଷ, ୮ ସଦସ୍ୟ ଗଲେଣି; ବିରଞ୍ଚିଙ୍କବଦଳି ନାହିଁ

୧୮ ଅଧ୍ୟକ୍ଷ, ୮ ସଦସ୍ୟ ଗଲେଣି; ବିରଞ୍ଚିଙ୍କବଦଳି ନାହିଁ

ବିରଞ୍ଚିଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଭିଜିଲାନ୍ସ ତଦନ୍ତ ମାମଲା: ଦୁର୍ନୀତି କରିବାକୁ ଖୋଲା ଛାଡ଼ିଥିଲା ଓଏସ୍‌ଏସ୍‌ସି!

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସଏସସି)ରେ ଷ୍ଟେନୋଗ୍ରାଫରରୁ ଚାକିରି ଜୀବନ ଆରମ୍ଭ କରିଥିବା ବିରଞ୍ଚି ସାହୁ ଏବେ ଅମାପ ସମ୍ପତ୍ତିର ମାଲିକ। ଆଲମିରାରୁ ବିଡ଼ାବିଡ଼ା ନୋଟ୍ ଓ ୫୦ରୁ ଅଧିକ ଆଡମିଟ୍ କାର୍ଡ ମିଳିବା ପରେ ବିରଞ୍ଚି ଆବେଦନକାରୀଙ୍କଠାରୁ ଟଙ୍କା ଆଦାୟ କରୁଥିବା ଭିଜିଲାନ୍ସ ସନ୍ଦେହ କରି ଖୋଳତାଡ଼ ଜାରି ରଖିଛି। କେମିତି ସେ ଷ୍ଟେନୋଗ୍ରାଫରରୁ ଚାକିରି ଆରମ୍ଭ କରି ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି ହେଲେ ଏବଂ କୋଟି କୋଟି ଟଙ୍କା ସମ୍ପତ୍ତି ହାତେଇଲେ ତାହାର ଟିକିନିଖି ହିସାବ କରୁଛି ଭିଜିଲାନ୍ସ।

ଭିଜିଲାନ୍ସକୁ ମିଳିଥିବା ସୂଚନା ଅନୁସାରେ, ଷ୍ଟାଫ୍ ସିଲେକ୍ସନ୍ କମିସନ୍ ଆରମ୍ଭ ହେବା ଦିନଠାରୁ ବିରଞ୍ଚି ସେଠାରେ ଚାକିରି କରୁଛନ୍ତି। ଅର୍ଥାତ୍ ୧୯୯୩ ମସିହାରୁ ୨୮ ବର୍ଷ ହେଲା ବିରଞ୍ଚି ସେହି ଗୋଟିଏ ଅଫିସରେ ଅଛନ୍ତି। ପ୍ରାୟ ୧୨ ବର୍ଷ ଧରି ଷ୍ଟେନୋଗ୍ରାଫର ରହିବା ପରେ କମିସନ ସଦସ୍ୟଙ୍କ ପିଏସ୍(ପ୍ରାଇଭେଟ୍ ସେକ୍ରେଟାରି) ଭାବେ ନିଯୁକ୍ତି ପାଇଥିଲେ। ଗତ ୧୬ ବର୍ଷ ଧରି ସେ ପିଏସ୍ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି। ଏହି ପଦବିର କୌଣସି ବଦଳି ନ ଥିବାରୁ ସେ ଗୋଟିଏ ଜାଗାରେ ରହି ଦୁର୍ନୀତିରେ ବୁଡ଼ିଥିବା ସ୍ପଷ୍ଟ ହୋଇଯାଇଛି। ତେଣୁ ସେ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ପ୍ରଭାବିତ କରି ଏକ ନେଟଵର୍କ ତିଆରି କରିଥିବା ସନ୍ଦେହ କରାଯାଉଛି। ଗତ ୨୭ ବର୍ଷ ଭିତରେ ୧୮ ଜଣ ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିବା ବେଳେ ୨୦୧୯ ସେପ୍ଟେମ୍ବର ୩୦ରୁ ଅଧ୍ୟକ୍ଷ ରହିଛନ୍ତି ନିର୍ମଳ ଚନ୍ଦ୍ର ମିଶ୍ର। ସେହିପରି ଏହି ସମୟ ଭିତରେ ୮ ଜଣ ସଦସ୍ୟ ଦାୟିତ୍ବ ତୁଲାଇ ସାରିଥିବା ବେଳେ ଏବେ ଜଗନ୍ନାଥ ଲେଙ୍କା କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe