ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ: ମୂଲ୍ୟବୋଧଭିତ୍ତିକ ରାଜନୀତି ପାଇଁ ମନେରହିବେ

Advertisment
ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ: ମୂଲ୍ୟବୋଧଭିତ୍ତିକ ରାଜନୀତି ପାଇଁ ମନେରହିବେ

ଭୁବ‌ନେଶ୍ବର: ସାମ୍ପ୍ରତିକ ଓଡ଼ିଶା ଇତିହାସ ଏବଂ ରାଜନୀତିକୁ ଯେଉଁ କେତେଜଣ ରାଜନେତା ସେମାନଙ୍କ ତ୍ୟାଗ ବଳରେ ଭାରତବର୍ଷରେ ପରିଚିତ କରାଇବା ପାଇଁ ଉଦ୍ୟମ କରିଥିଲେ ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଅନ୍ୟତମ। ଉଭୟ ବ୍ୟକ୍ତିଗତ ଓ ସାମାଜିକ କ୍ଷେତ୍ରରେ ସାଧୁତା, ସ୍ବଚ୍ଛତା, ନୈତିକତା, ସରଳତା, ପରୋପକାର ଓ ସତ୍ୟବାଦିତା ଦୃଷ୍ଟିରୁ ଦେଶରେ ଏକ ବିରଳ ରାଜନେତା ଥିଲେ। ମୂଲ୍ୟବୋଧଭିତ୍ତିକ ରାଜନୀତି ପାଇଁ ନବକୃଷ୍ଣ ସବୁବେଳେ ମନେ ରହିବେ ବୋଲି ଆଜି ‌ଜୟଦେବ ଭବନରେ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଲେ, ଭାଗଚ‌ାଷୀ ଆଇନ, ଜମିଦାରୀ ଉଚ୍ଛେଦ ଆଦି ଜନ କଲ୍ୟାଣକାରୀ ନିୟମ ଆଣି ସ୍ବର୍ଗତ ଚୌଧୁରୀ ଓଡ଼ିଶାର ଧନୀ, ଦରିଦ୍ର ମଧ୍ୟ‌ରେ ତାରତମ୍ୟକୁ ହ୍ରାସ କରିବାକୁ ଚେଷ୍ଟା କରିଥିଲେ। ରାଉର‌କେଲାରେ ରାଷ୍ଟ୍ରା‌ୟତ୍ତ ଇସ୍ପାତ କାରଖାନା ଓ ହୀରାକୁଦ ବନ୍ଧ ନିର୍ମାଣ ସହ ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାରେ ତା‌ଙ୍କର ବଳିଷ୍ଠ ଅବଦାନ ଥିଲା।

ସମ୍ମାନିତ ଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ତାଙ୍କ ବକ୍ତବ୍ୟରେ ସ୍ବର୍ଗତ ଚୌଧୁରୀଙ୍କୁ ଜଣେ ସରଳ, ପରୋପକାରୀ, ସତ୍ୟବାନ ରାଜନେତା‌ ବୋଲି ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ବଡ଼ଚଣା‌ ବିଧା‌ୟକ ଅମର ପ୍ରସାଦ ଶତପଥୀ ନବକୃଷ୍ଣ ଚୌଧୁରୀଙ୍କୁ ସାଲିସ୍‌ବିହୀନ ବ୍ୟକ୍ତିଭାବରେ ଅଭିହିତ କରିଥିଲେ। ମୁଖ୍ୟ ବକ୍ତା ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ପ୍ରହଲ୍ଲାଦ କୁମାର ସିଂହ ସ୍ବର୍ଗତ ‌ଚୌଧୁରୀଙ୍କର ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗର ବୈଷୟିକ ନି‌ର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ସ୍ବାଗତ ଭାଷଣ ଓ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ। ଆଶାମୁଲକ ବାରିକ ଓ ସାଥୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe