ଥାନା ଭିତରେ ସ୍ୱାମୀଙ୍କ ଜନ୍ମଦିନ ପାଳିଲେ ମହିଳା

Advertisment
ଥାନା ଭିତରେ ସ୍ୱାମୀଙ୍କ ଜନ୍ମଦିନ ପାଳିଲେ ମହିଳା

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ମହିଳା ସବ୍‌-ଇନ୍ସପେକ୍ଟର ଶ୍ରଦ୍ଧା ନାୟକ ଖାକି ପୋଷାକର ଅନ୍ୟ ଏକ କର୍ତ୍ତବ୍ୟ ପାଳନ କରି ଦେଖାଇଛନ୍ତି। ପୁଲିସ ମନରେ ଦୟା ଓ ଭଲ ପାଇବା ଲୁଚି ରହିଛି ବୋଲି ପ୍ରମାଣ କରି ଦେଖାଇଛନ୍ତି। ଥାନାକୁ ପାରିବାରିକ ଝଗଡ଼ା ଅଭିଯୋଗ ନେଇ ଆସିଥିବା ସ୍ୱାମୀ, ସ୍ତ୍ରୀଙ୍କୁ କାଉନ୍‌ସେଲିଂ କରାଇ ଉଭୟଙ୍କୁ ମିଶାଇବା ସହ ଥାନା ଭିତରେ ସ୍ୱାମୀଙ୍କ ଜନ୍ମଦିନ ପାଳନ କରିଛନ୍ତି। ଫଳରେ ବିଚ୍ଛେଦ ହେବା ପାଇଁ ନିଷ୍ପତ୍ତି ନେଇଥିବା ଦମ୍ପତି ପୁଣି ଏକାଠି ହୋଇ ଖୁସି ଖୁସିରେ ଘରକୁ ଫେରିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଆଜି ସକାଳେ ଏକ ଦମ୍ପତି ଥାନାକୁ ଆସିଥିଲେ। ତେବେ ସବ୍‌-ଇନ୍ସପେକ୍ଟର ଶ୍ରଦ୍ଧା ପ୍ରାୟ ୩ ଘଣ୍ଟା ଧରି କାଉନସେଲିଂ କରିବା ପରେ ଦମ୍ପତିଙ୍କୁ ବୁଝାଇବାରେ ସଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe