ଓଡ଼ିଆ ଉଇକି ପାଠାଗାରର ଜନ୍ମ ଦିବସ

Advertisment
ଓଡ଼ିଆ ଉଇକି ପାଠାଗାରର ଜନ୍ମ ଦିବସ

ଭୁବନେଶ୍ୱର : ଓଡ଼ିଶା ଉଇକି ପାଠାଗାରର ୩ୟ ଜନ୍ମ ଦିବସ ଆଜି ହୋଟେଲ୍‌ ତାଜ୍‌ ଓଡ଼ିଶା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଓଡ଼ିଆ ଭାଷାରେ ଡିଜିଟାଲ୍‌ ପାଠାଗାରର ଆବଶ୍ୟକତା ଓ ଓଡ଼ିଆ ସାହିତ୍ୟ ସଂରକ୍ଷଣ’ ଉପରେ ଆଲୋଚନା କରାଯାଇଥିଲା।

ବିଶିଷ୍ଟ ଲେଖିକା ଶକୁନ୍ତଳା ବଳିୟାରସିଂହ ଏବଂ ଗୀତିକାର ତଥା କବି ବିଜୟ ମଲ୍ଲ ଅତିଥି ଭାବେ ଯୋଗଦେଇ କହିଲେ, ସଂପ୍ରତି ଡିଜିଟାଲ୍‌ ସେବା ସହ ଅଧିକାଂଶ ବ୍ୟକ୍ତି ସଂଶ୍ଳିଷ୍ଟ। ଏହି ଦୃଷ୍ଟିରୁ ଓଡ଼ିଆରେ ଡିଜିଟାଲ୍‌ ମାଧ୍ୟମରେ ତଥ୍ୟ ଓ ବହି ଉପଲବ୍ଧ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ଉଇକି ପାଠାଗାରରେ ୭୦୦ରୁ ଅଧିକ ନୂଆ ପୁରୁଣା ବହି ସମେତ ଓଡ଼ିଆ ଭାଗବତ ଏବଂ ଅନେକ ବିରଳ ବହି ଓ ପୋଥି ଉପଲବ୍ଧ ଥିବାରୁ ଏଭଳି ମହତ୍‌ ଉଦ୍ଦେଶ୍ୟ ପାଇଁ ପ୍ରଶଂସା କରିଥିଲେ। ଏଥିସହ ଶ୍ରୀମତୀ ବଳିୟାରସିଂହ ଲେଖିକା ସାହିତ୍ୟ ସଂସଦ ସହ ଜଡ଼ିତ ଥିବା ୬୦ଜଣ ସାହିତ୍ୟିକାଙ୍କ ପୁସ୍ତକ ଏହି ଇ-ପାଠାଗାର ସହ ସଂପୃକ୍ତ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଉଇକି ପାଠାଗାର or.wikisource.orgର କମ୍ୟୁନିଟି ମୁଖ୍ୟ ମୃତ୍ୟୁଞ୍ଜୟ କର, ଡ. ସୁବାସ ଚନ୍ଦ୍ର ରାଉତଙ୍କ ସମେତ ଆଇନଜୀବୀ ଶୈଳେଶ ପଟ୍ଟନାୟକ ଏବଂ ଜ୍ଞାନରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe