Advertisment

ପଠନେ ଅର୍ଦ୍ଧଭୋଜନ: ବିନା ପିଆଜ ରସୁଣରେ ସାତ୍ତ୍ୱିକ ବିରିୟାନି

Advertisment
ପଠନେ ଅର୍ଦ୍ଧଭୋଜନ: ବିନା ପିଆଜ ରସୁଣରେ ସାତ୍ତ୍ୱିକ ବିରିୟାନି

ଭୁବନେଶ୍ୱର(ପ୍ରିୟଙ୍କା ରାୟ): ନିରାମିଷ ବିରିୟାନି, ବିରିୟାନି ନୁହେଁ ପଲାଉ। ସବୁବେଳେ ସାମାଜିକ ଗଣମାଧ୍ୟମ ହେଉ ଅଥବା ସାଙ୍ଗସାଥୀ ଗହଣରେ, ନିରାମିଷ ଖାଉଥିବା ବ୍ୟକ୍ତିକୁ ଏହି ମନ୍ତବ୍ୟ ଶୁଣିବାକୁ ପଡ଼େ। ହାଉସିଂବୋର୍ଡ ଛକରେ ଥିବା ‘ଅଙ୍କଲ କିଚେନ ଓ କ୍ୟାଟେରିଙ୍ଗ’ରେ ବିନା ପିଆଜ ରସୁଣରେ ସାତ୍ତ୍ୱିକ ବିରିୟାନି ଖାଇଲେ ସମସ୍ତଙ୍କ ଧାରଣା ନିଶ୍ଚୟ ବଦଳିଯିବ। ବିନା ବିଆଜ ରସୁଣରେ ସବୁ ପନିପରିବା ଓ ପନିର ପଡ଼ିଥବା ଏହି ବିରିୟାନି ଯିଏ ବି ଖାଇଛି, ସେ ପ୍ରଂଶସା ନ କରି ରହିପାରିନି। ସେଥିପାଇଁ ଏଠାରେ ନିରାମିଷ ବାର, ଯେପରିକି ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ସମେତ ବିଭିନ୍ନ ପର୍ବପର୍ବାଣୀରେ ପ୍ରବଳ ଭିଡ଼ ହୋଇଥାଏ। ଏପରକି ଆମିଷ ବାରରେ ମାତ୍ର ୧୦୦ଟଙ୍କାରେ କମ ତେଲ ମସଲା ସହିତ ଏକ ଭେଜ ତରକାରୀ ଓ ରାଇତା ମିଳୁଥିବାରୁ ଏଠାରେ ବହୁ ଖାଦ୍ୟପ୍ରେମୀଙ୍କ ଆସର ଜମେ।

କେବଳ ବିରିୟାନି ନୁହେଁ, ଏଠାକାର ଦୋସା ଓ ଆଳୁଚପ୍‌ ମଧ୍ୟ ଖୁବ ଲୋକପ୍ରିୟ। ବିନା ପିଆଜ ରସୁଣରେ ମାତ୍ର ୫୦ଟଙ୍କାରେ ଏଠାରେ ଯେଉଁ ସ୍ୱାଦିଷ୍ଟ ଦୋସା ମିଳେ, ତା’ର ଅନେକ ଦିୱାନା ଅଛନ୍ତି, ଯେଉଁମାନେ ସନ୍ଧ୍ୟା ହେବାମାତ୍ରେ ଏଠାରେ ଭିଡ଼ ଜମାନ୍ତି। କେବଳ ସେତିକି ନୁହେଁ, ଏଠାରେ ପ୍ରସ୍ତୁତ ନବରତ୍ନ କୋରମା, ଶାଗମୁଗ, ମିଠା ମକା ପନିର୍‌ ମଧ୍ୟ ବହୁ ଲୋକପ୍ରିୟ। ଏନେଇ କିଚେନ୍‌ର ମାଲିକ ପ୍ରଭାତ କୁମାର ଜେନା କହନ୍ତି, ‘‘ମୁଁ ୨୫ ବର୍ଷ ତଳେ ପ୍ରଥମେ ଆମିଷ ଖାଦ୍ୟ ବିକ୍ରି କରୁଥିଲି, କିନ୍ତୁ ସେତେବଳେ ମନକୁ ଶାନ୍ତି ମିଳୁ ନଥିଲା। ଲୋକଙ୍କୁ ଆମିଷ ଛାଡ଼ି ନିରାମିଷ ଭୋଜନ ଖାଉଥିବାର ଦେଖି ମୋ’ ମନକୁ ସଂପୂର୍ଣ୍ଣ ସାତ୍ତ୍ୱିକ ଖାଦ୍ୟ ପ୍ରସ୍ତୁତ କରିବାର ଚିନ୍ତା ଆସିଥିଲା। ତେଣୁ ୧୦ ବର୍ଷ ଧରି ମୁଁ ଓ ମୋର ଦୁଇଜଣ ସାଥୀ ମିଶି ନିରାମିଷ ଖାଦ୍ୟ ପ୍ରସ୍ତୁତ କରୁଛୁ।’’

ସେଠାକାର ଜଣେ ନିୟମିତ ଗ୍ରାହକ ଶୁଭସ୍ମିତା ଦାସ କହିଲେ, ‘‘ମାତ୍ର ୬୦ଟଙ୍କାରେ ଭାତ, ଡାଲି, ମିକ୍ସ ତରକାରି, ଶାଗମୁଗ ସବୁ ମିଳିଯାଏ। ପୁଣି ସ୍ୱାଦ ମଧ୍ୟ ଭଲ ଥିବା ସହିତ ବିନା ପିଆଜ ରସୁଣରେ ପ୍ରସ୍ତୁତ ହେଉଥିବାରୁ ଓଷା ଓ ପର୍ବାପର୍ବାଣୀରେ ମଧ୍ୟ ଖାଦ୍ୟ ନେଇହୁଏ। ତେଣୁ ମୁଁ ଓ ମୋର ସାଙ୍ଗମାନେ ଏଠାରେ ପ୍ରତିଦିନ ଖାଉ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe