ଭୁବନେଶ୍ୱର : ପରିବେଶ ସମସ୍ୟାକୁ ନେଇ କାର୍ଯ୍ୟ କରୁଥିବା ‘ଗ୍ରିନ୍ ପିସ୍ ଇଣ୍ଡିଆ’ କାର୍ଯ୍ୟକାରୀ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ ହୋଇଛନ୍ତି ବିଶ୍ୱଜିତ ମହାନ୍ତି। ଜଳବାୟୁ ପରିବର୍ତନ, ସମୁଦ୍ର ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଅକ୍ଷୟ ଶକ୍ତିର ପ୍ରସାର ଏବଂ କୃଷି କ୍ଷେତ୍ରରେ କାମ କରୁଥିବା ଗ୍ରିନ୍ ପିସ୍ ଇଣ୍ଡିଆରେ ଶ୍ରୀ ମହାନ୍ତି ୧୦ ବର୍ଷ ସଦସ୍ୟ ମଧ୍ୟ ରହି ସାରିଛନ୍ତି। ପେସାରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଥିବା ବିଶ୍ୱଜିତ ଆଇନ୍ରେ ଡିଗ୍ରି ସହ ‘ବନ୍ୟଜୀବ ଶିକାର’ ଉପରେ ପିଏଚ୍ଡି କରିଛନ୍ତି। ବନ୍ୟଜନ୍ତୁ ଓ ପରିବେଶ ସୁରକ୍ଷା ଦିଗରେ ସେ ୧୯୯୪ରୁ କାମ କରି ଆସୁଛନ୍ତି। ୧୯୯୮ରେ ଅଲିଭ୍ରିଡ୍ଲେଙ୍କ ସୁରକ୍ଷା ପାଇଁ ଅପରେସନ୍ କଚ୍ଛପର ନେତୃତ୍ୱ ନେଇଥିବା ବେଳେ ପରିବେଶବିତ୍ ଭାବେ ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us