ବିଜେପିରୁ ବିଜେବି କଲେଜ ଛାତ୍ରନେତାଙ୍କ ଇସ୍ତଫା

ବିଜେପିରୁ ବିଜେବି କଲେଜ ଛାତ୍ରନେତାଙ୍କ ଇସ୍ତଫା

ଭୁବନେଶ୍ୱର: ଗ୍ରୀଷ୍ମ ଛୁଟି ପରେ କଲେଜ ଖୋଲିବା କ୍ଷଣି ସରଗରମ ହୋଇଉଠିଛି କ୍ୟାମ୍ପସ ରାଜନୀତି। ରାଜ୍ୟର ପ୍ରମୁଖ କଲେଜ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଦୁଇ ଜଣ ପୂର୍ବତନ ସଭାପତିଙ୍କ ସମେତ ଶତାଧିକ ଛାତ୍ରନେତା ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଗତବର୍ଷ ଛାତ୍ର ସଂସଦ ନିର୍ବାଚନ ସମୟରେ ବିଜେପିରେ ଯୋଗଦେଇଥିବା ପୂର୍ବତନ ସଭାପତି ଶିବବ୍ରତ ନାୟକ ଓ ଲଗ୍ନଜିତ ପାତ୍ରଙ୍କ ସମେତ ଅନ୍ୟମାନେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ପାଇଁ ବିଜେପିର କୌଣସି ନୀତି ନାହିଁ। ବିଜେପିର ଛାତ୍ର ସଙ୍ଗଠନ ଏବିଭିପି କେବଳ ନିର୍ବାଚନ ସମୟରେ ହିଁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିଥାନ୍ତି। ବିଜେପିର ଏଭଳି ଅସହଯୋଗ ଯୋଗୁଁ ଇସ୍ତଫା ଦେଉଛୁ ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ଛାତ୍ରନେତାଙ୍କ ଉପସ୍ଥିତିରେ ବୈଠକ କରାଯାଇ ପରବର୍ତୀ କାର୍ଯ୍ୟପନ୍ଥା ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ଦୁଇ ପୂର୍ବତନ ସଭାପତିଙ୍କ ସମେତ ସ୍ମୃତି ରଞ୍ଜନ ପଣ୍ଡା, ସୌଭାଗ୍ୟ ରଞ୍ଜନ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ଗିରିଧାରୀ ବାଗ, ବିକାଶ ହରିଚନ୍ଦନ, ଦୀପକ ରଣା, ଅଭିଜିତ ଗୌରବ, ସୌମ୍ୟ ସୁଭେନ ସ୍ୱାଇଁ, ଆଦିତ୍ୟ ତି୍ରପାଠୀ, କୈଳାଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଇସ୍ତଫା ଦେଇଥିବା ଛାତ୍ରନେତାମାନେ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେଇପାରନ୍ତି। ଏନେଇ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe