ବିଜେବି କଲେଜ ଆଲୁମିନି ସଂଘ ବାର୍ଷିକ ବୈଠକ ୭ରେ

Advertisment
ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମାଙ୍କନ

ଭୁବନେଶ୍ୱର : ବିଜେବି କଲେଜ ଆଲୁମିନି ସଂଘର ବାର୍ଷିକ ବୈଠକ ଏବଂ ହୀରକ ଜୟନ୍ତୀ ଉତ୍ସବ ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବେ। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ବିଭିନ୍ନ ବିଭାଗରେ ଟପ୍‌ର ଏବଂ କିଛି ଦିନ ପୂର୍ବରୁ ଅନୁଷ୍ଠିତ ଅନ୍ତଃକଲେଜ କୁଇଜ୍‌ ପ୍ରତିଯୋଗିତାର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଛତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଭାରତୀୟ ଡାକ ପକ୍ଷରୁ ଏକ ସ୍ୱତନ୍ତ୍ର କଭର୍‌ ଉନ୍ମୋଚିତ ହେବ। ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ। ବିଜେବି କଲେଜର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe