ଛାତରୁ ପଡ଼ି ଛାତ୍ରୀ ମୃତ୍ୟୁ ମାମଲା: ବ୍ଲାକ୍‌ମେଲିଂର ଶିକାର ହୋଇଥିଲେ କୃତ୍ତିକା !

Advertisment

ରହସ୍ୟ ଖୋଲୁଛି ଇନଷ୍ଟାଗ୍ରାମ୍ ପୋଷ୍ଟ, ୩ ସାଙ୍ଗକୁ ପୁଲିସର ପଚରାଉଚରା

ରହସ୍ୟ ଖୋଲୁଛି ଇନଷ୍ଟାଗ୍ରାମ୍ ପୋଷ୍ଟ, ୩ ସାଙ୍ଗକୁ ପୁଲିସର ପଚରାଉଚରା

ଛାତରୁ ପଡ଼ି ଛାତ୍ରୀ ମୃତ୍ୟୁ ମାମଲା: ବ୍ଲାକ୍‌ମେଲିଂର ଶିକାର ହୋଇଥିଲେ କୃତ୍ତିକା !

ଭୁବନେଶ୍ବର: ବିଜେବି ନଗରରେ ଛାତରୁ ପଡ଼ି ଛାତ୍ରୀ କୃତ୍ତିକା ମିଶ୍ରଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇବାରେ ବିଫଳ ହୋଇଛି ପୁଲିସ। ଘଟଣାକୁ ତିନିଦିନି ବିତି ଯାଇଥିଲେ ବି ପୁଲିସ କିଛି ଠୋସ୍ ସୂଚନା ପାଇ ପାରିନାହିଁ। କୃତ୍ତିକାଙ୍କ ମୃତ୍ୟୁ ପରେ ଏକାଧିକ ଇନଷ୍ଟାଗ୍ରାମ୍ ପୋଷ୍ଟକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ଶେଷ ଇନଷ୍ଟାଗ୍ରାମ ପୋଷ୍ଟରୁ ଆରମ୍ଭ କରିଛି ତଦନ୍ତ। ତିନି ଜଣ ସାଙ୍ଗଙ୍କୁ ପଚରାଉଚରା କରିଛି। ଇନଷ୍ଟାଗ୍ରାମ୍‌ରେ କୃତ୍ତିକାଙ୍କ ପୋଷ୍ଟଠାରୁ ଆରମ୍ଭ କରି ସାଙ୍ଗମାନଙ୍କ ପୋଷ୍ଟକୁ ତର୍ଜମା କରିଛି ପୁଲିସ। ଇନଷ୍ଟାଗ୍ରାମ୍ ପୋଷ୍ଟ ହିଁ ରହସ୍ୟ ଖୋଲିବ ବୋଲି ଆଶା ବାନ୍ଧିଛି ପୁଲିସ।

କୃତ୍ତିକାଙ୍କ ମୃତ୍ୟୁ ପରେ ତାଙ୍କର ଜଣେ ସାଙ୍ଗ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଥିଲେ ଯେ ତୋତେ ତୋ ନିଜ ଲୋକ ଧୋକା ଦେଇଛନ୍ତି, ତୁ କିନ୍ତୁ ଏ କଥା ଜାଣିପାରି ନ ଥିଲୁ, ସବୁ କଥା ଜାଣିବା ପରେ ପୁଣି ଥରେ ମୋ ସହ ବନ୍ଧୁତା ଆରମ୍ଭ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ମୁଁ ଜାଣିପାରି ନ ଥିଲି। ତୁ ଏତେ ବଡ଼ ପଦକ୍ଷେପ ନେବୁ ବୋଲି ମୁଁ କେବେ ବି ବିଶ୍ବାସ କରି ନ ଥିଲି। ଏହି ପୋଷ୍ଟକୁ ନେଇ ଅନେକ ପ୍ରଶ୍ନ ଉଠିଛି। କୃତ୍ତିକାଙ୍କ ସାଙ୍ଗ କାହିଁକି ଏଭଳି ପୋଷ୍ଟ କଲେ, କୃତ୍ତିକାଙ୍କୁ କିଏ ଓ କ’ଣ ପାଇଁ ଧୋକା ଦେଇଥିଲା, ଯଦି ତାଙ୍କ ସାଙ୍ଗକୁ ଏ କଥା ଜଣାଥିଲା, ତା’ ହେଲେ ସେ କାହିଁକି କୃତ୍ତିକାଙ୍କୁ ଲୁଚାଇଥିଲେ, ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଥିଲେ କି ସେହି ସାଙ୍ଗ, ଏହି ପାପର ଭାଗୀଦାରି ବୋଲି କୃତ୍ତିକାଙ୍କ ସାଙ୍ଗ ନିଜେ ଉଲ୍ଲେଖ କରିଥିଲେ। ସେହି ସାଙ୍ଗ ଦ୍ବାରା କୃତ୍ତିକା ବ୍ଲାକମେଲିଂର ଶିକାର ହୋଇଛନ୍ତି କି, ନା ସବୁ ଇନଷ୍ଟାଗ୍ରାମ୍ ଚାଟିଂ ସେହି ସାଙ୍ଗ ଜରିଆରେ ଚାଲିଥିଲା, କୃତ୍ତିକା ଯଦି ସାଙ୍ଗମାନଙ୍ଗ ଦ୍ବାରା ବ୍ଲାକମେଲିଂର ଶିକାର ହୋଇଛନ୍ତି, ତା’ ହେଲେ ଏହା ପଛର କାରଣ କ’ଣ; ଏ ସବୁ ଘଟଣା ଉପରୁ ପରଦା ଉଠାଇବା ଏବେ କମିସନରେଟ ପୁଲିସ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ପାଲଟିଛି। କୃତ୍ତିକାଙ୍କ ସେହି ସାଙ୍ଗର ଇନଷ୍ଟାଗ୍ରାମ୍ ପୋଷ୍ଟ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ଜାଣିବା ପରେ ପୁଲିସ ଏବେ ତଦନ୍ତ ପରିସରକୁ ନେଇଛି। ଅନ୍ୟ ଜଣେ ସାଙ୍ଗ ପୋଷ୍ଟରେ ଉଲ୍ଲେଖ ରହିଛି, ତୁ ସବୁବେଳ ଘର ଲୋକଙ୍କୁ ଖୁସିରେ ରଖିବୁ ବୋଲି କହୁଥିଲୁ। ଏ କ’ଣ ସେହି ଖୁସି। ଏହି ସାଙ୍ଗ କୃତ୍ତିକାଙ୍କର ଅନ୍ତରଙ୍ଗ ସାଙ୍ଗ ବୋଲି ପୁଲିସ ଜାଣିବାକୁ ପାଇଛି। ଏହି ଦୁଇଟି ପୋଷ୍ଟ ପୂରା ଘଟଣାର ରହସ୍ୟ ଫିଟାଇବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇସାରିଛି। ସେହି ପୋଷ୍ଟ କରିଥିବା ସାଙ୍ଗକୁ ପ୍ରାୟ ୧ ଘଣ୍ଟା କାଳ ପୁଲିସ ପଚରାଉଚରା କରିଛି। କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡ଼ିଛି। ଏହା ବାଦ୍ ଆଉ ଦୁଇ ଜଣ ସାଙ୍ଗଙ୍କୁ ମଧ୍ୟ ପଚରାଉଚରା କରିଛି ବଡ଼ଗଡ଼ ଥାନା ପୁଲିସ। କୃତ୍ତିକା ଓ ତାଙ୍କର କେତେ ଜଣ ସାଙ୍ଗ ସୋସିଆଲ୍ ସାଇଟ୍ ଇନଷ୍ଟାଗ୍ରାମରେ ସକ୍ରିୟ ଥିଲେ। ସେହି ସାଙ୍ଗମାନେ ନିୟମିତ ଭାବେ ଚାଟିଂ କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି।

publive-image Odishatv

ଇନଷ୍ଟାଗ୍ରାମରେ ସକ୍ରିୟ ଥିବା କୃତ୍ତିକାଙ୍କର ଅନ୍ତରଙ୍ଗ ସାଙ୍ଗମାନେ ହିଁ ପୂରା ଘଟଣା ଉପରୁ ରହସ୍ୟ ଫିଟାଇବେ ବୋଲି ଜଣାପଡ଼ିଛି। କୃତ୍ତିକା ଜଣେ ମେଧାବୀ ଛାତ୍ରୀ ଥିଲେ ବି କାହିଁକି ଏଭଳି ନିଷ୍ପତ୍ତି ନେଲେ, ତାହା ମଧ୍ୟ ପରିବାର ଲୋକେ ଜାଣି ପାରୁନାହାନ୍ତି। ଏକମାତ୍ର ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାରଲୋକେ। ପରୀକ୍ଷା ଚାଲିଥିବାରୁ ପୁଲିସ ତଦନ୍ତ ଧିମା ପଡ଼ି ଯାଇଛି। ପରୀକ୍ଷା ଶେଷ ହେବା ପରେ ତଦନ୍ତକୁ ଆହୁରି ଜୋରଦାର କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। କୃତ୍ତିକା ଛାତରୁ ପଡ଼ିବା ପୂର୍ବରୁ ବିଷ ପିଇଥିବା ଶବ ବ୍ୟବଚ୍ଛେଦ ବେଳେ ଡାକ୍ତର ଜାଣିବାକୁ ପାଇଛନ୍ତି। ତେବେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। କେବଳ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଗତ ୧୭ ତାରିଖ ଅପରାହ୍‌ଣରେ କୃତ୍ତିକା ରହୁଥିବା ବଡ଼ଗଡ଼ ବିଜେବିନଗରର ଆପାର୍ଟମେଣ୍ଟ ଛାତ ଉପରୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଏନେଇ ବଡ଼ଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe