ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା: ସଚିବାଳୟରେ ପଶିବାକୁ ଉଦ୍ୟମ, ନବନିର୍ମାଣ ଯୁବଛାତ୍ର ସଂଗଠନ କର୍ମୀଙ୍କୁ ଉଠାଇନେଲା ପୁଲିସ

Advertisment

ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା

ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା

ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା: ସଚିବାଳୟରେ ପଶିବାକୁ ଉଦ୍ୟମ, ନବନିର୍ମାଣ ଯୁବଛାତ୍ର ସଂଗଠନ କର୍ମୀଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ବର: ବହୁଚର୍ଚ୍ଚିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ କରି ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନ ବଡ଼ଧରଣର ଆନ୍ଦୋଳନକୁ ଓହ୍ଲାଇଥିଲା। ରୁଚିକାଙ୍କ ମା’ଙ୍କ ସମତେ ସଂଗଠନର କର୍ମୀମାନେ ଆଜି ସଚିବାଳୟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ସେମାନଙ୍କୁ ଏହା ପୂର୍ବରୁ ଉଠାଇନେଇଥିଲା।

ସଂଗଠନ ଅଭିଯୋଗ ଅନୁସାରେ ଏହି ସମ୍ବେଦନଶୀଳ ‌ଘଟଣାକୁ ୫ମାସ ବିତିଯାଇଥିଲେ ମଧ୍ୟ ରୁଚିକାଙ୍କ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ଘଟଣାର ତଦନ୍ତ କେତେ ବାଟଯାଇଛି, ସେବିଷୟରେ ପୁଲିସ ପରିବାର ଲୋକଙ୍କୁ ସୂଚନା ଦେଉନାହିଁ। ମହିଳା କିମ୍ବା ଛାତ୍ରଛାତ୍ରୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ହୋଇନଥିବା‌ ବେଳ କେବଳ ଉପରଠାଉରିଆ ଭାବେ ପ୍ରଚାରପ୍ରସାର ନୀତି ଚାଲିଛି। ଏବେ ବି ରାଜ୍ୟର ବିଭିନ୍ନ କଲେଜରେ ରୢାଗିଂ ଜାରି ରହିଛି ଏବଂ ସରକାର ତାହାକୁ ରୋକିବାରେ ବିଫଳ। ତେଣୁ ରୁଚିକାଙ୍କ ପରିବାରକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ନେତୃତ୍ବରେ ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରୁଚିକାଙ୍କ ମା’ ବିଦୁପ୍ରଭା ମହାନ୍ତି, ସଚିନ ରାଉତ, କାଜଲ ରାଉତ, ସଂଗଠନର ଭୁବନେଶ୍ୱର ସଭାପତି ଅମିତ ଜେନା, ଅଶ୍ବିନୀ ଜେନା, ଜୟନ୍ତ ଗୋସ୍ୱାମୀ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe