ବିଜେଡି ସମ୍ପାଦକଙ୍କୁ ସମ୍ବର୍ଧନା

Advertisment
ବିଜେଡି ସମ୍ପାଦକଙ୍କୁ ସମ୍ବର୍ଧନା

ବାଲୁଗାଁ/ନାଚୁଣି : ନବନିଯୁକ୍ତ ରାଜ୍ୟ ବିଜେଡି ସଂପାଦକ (ଗଣମାଧ୍ୟମ ବ୍ୟାପାର) ତଥା ଚିଲିକା ନିର୍ବାଚନମଣ୍ଡଳୀ ବାସିନ୍ଦା ମାନସ ରଂଜନ ମଂଗରାଜଙ୍କୁ ଆଜି ଚିଲିକାର ଦଳୀୟ ନେତା ଓ ସମର୍ଥକମାନଙ୍କ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ଶ୍ରୀ ମଙ୍ଗରାଜଙ୍କୁ ଦଳ ପକ୍ଷରୁ ଏହି ଦାୟିତ୍ବ ଦିଆଯାଇଥିବାରୁ ଚିଲିକା ନିର୍ବାଚନ ମଣ୍ତଳୀରେ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା।

ଆଜି ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁଯାୟୀ, ଶ୍ରୀ ମଙ୍ଗରାଜ ନାଚୁଣୀସ୍ଥିତ ହରିପୁର ଛକଠାରେ ପହଞ୍ଚିବାପରେ ବହୁସଂଖ୍ୟାରେ କର୍ମୀ ତାଙ୍କୁ ସେଠାରୁ ଏକ ବାଇକ୍‌ ଶୋଭାଯାତ୍ରାରେ ନେଇ ବାଲୁଗାଁ, ବାଣପୁର ଆଦି ଅଞ୍ଚଳ ପରିକ୍ରମା କରାଇଥିଲେ। ବିଭିନ୍ନ ସ୍ଥାନରେ ବହୁ ପୁରୁଖା ବିଜେଡି କର୍ମୀମାନେ ତାଙ୍କୁ ସମ୍ବର୍ଧନା ଜଣାଇଥିଲେ। ବାଣପୁର ବ୍ଲକ୍‌ ଜୀବନଦେଇପୁର ମା’ ମଙ୍ଗଳା ମନ୍ଦିର ନିକଟରେ ବିଜେଡି ସାଂଗଠନିକ ସଂପାଦକ କୁମାର ଜଗତ ବଲ୍ଲଭ ମହାରଥାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମଙ୍ଗରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ରାଣାପ୍ରତାପ ପାତ୍ର, ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ, ବିଜେଡି ଚିଲିକା ନିର୍ବାଚନମଣ୍ଡଳୀ ପ୍ରବକ୍ତା ସଂଜୟ ଦାସ, ସଂପାଦକ ତପନ ଦାଶ, ଉପଦେଷ୍ଟା ଅମରେଶ ଜେନା, ଯୁବ ବିଜେଡି ସାଧାରଣ ସଂପାଦକ ସମିର୍‌ ପ୍ରଧାନ, ବାଣପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ଚିଲିକା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ଅଶ୍ବିନୀ କୁମାର ସେଣ, ପୂର୍ବତନ ସରପଞ୍ଚ ଘନଶ୍ୟାମ ସେଣ, ବାଲୁଗାଁ ଏନ୍‌ଏସିର ପୂର୍ବତନ ଉପାଧ୍ୟକ୍ଷ ଅଜୟ ଦାସ, ରାମଚନ୍ଦ୍ର ପ୍ରଧାନ, ପବିତ୍ର ହରିଚନ୍ଦନ, ଚିଲିକା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷା ମମତା ତରାଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରମେଶ ବିଶୋଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe