ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଫଳ ପ୍ରକାଶ: କଳା ବିଭାଗରେ ଟପର୍‌ ଝିପ୍‌ପ୍ସା

Advertisment

ବିଜ୍ଞାନରେ ସତ୍ୟ, ବାଣିଜ୍ୟରେ ମଧୁସ୍ମିତା ଟପର୍‌

ବିଜ୍ଞାନରେ ସତ୍ୟ, ବାଣିଜ୍ୟରେ ମଧୁସ୍ମିତା ଟପର୍‌

ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଫଳ ପ୍ରକାଶ: କଳା ବିଭାଗରେ ଟପର୍‌ ଝିପ୍‌ପ୍ସା

ଭୁବନେଶ୍ବର: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର +୩ (ସ୍ନାତକ) କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଛାତ୍ରୀମାନେ ଆଗରେ ରହିଛନ୍ତି। ବିଜ୍ଞାନ ବିଭାଗର ପାସ୍‌ହାର ୯୭.୭% ହୋଇଥିବା ବେଳେ ବାଣିଜ୍ୟରେ ୯୭% ଓ କଳାରେ ପାସ୍‌ହାର ୯୫.୦୭% ହୋଇଛି। କଳା ବିଭାଗରେ ରାଜନୀତି ବିଜ୍ଞାନ ବିଷୟର ବିଦ୍ୟାର୍ଥୀ ଝିପ୍‌ପ୍ସା ମହାନ୍ତି ସିଜିପିଏ ୯.୫୨ ରଖି ବିଭାଗ ତଥା ମହାବିଦ୍ୟାଳୟ ଟପ୍‌ର ହୋଇଛନ୍ତି। ବିଜ୍ଞାନ ବିଭାଗରେ ଉଦ୍ଭିଦ ବିଜ୍ଞାନ ଛାତ୍ର ସତ୍ୟ ଶଙ୍କର ମହାନ୍ତି ଓ ବାଣିଜ୍ୟ ବିଭାଗରେ ଆକାଉଣ୍ଟି˚ ବିଷୟର ଛାତ୍ରୀ ମଧୁସ୍ମିତା ଦାଶ ଟପର‌୍‌ ହୋଇଛନ୍ତି।

ବିଜ୍ଞାନରେ ସତ୍ୟ, ବାଣିଜ୍ୟରେ ମଧୁସ୍ମିତା ଟପର୍‌
ବିଜ୍ଞାନରେ ୯୭.୭%, ବାଣିଜ୍ୟରେ ୯୭%, କଳାରେ ୯୫.୦୭% ପାସ୍‌

ପରୀକ୍ଷା ଦେଇଥିବା ୮୩୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୦୬ଜଣ ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୮.୩୮% ଓ ଛାତ୍ରଙ୍କ ପାସ୍‌ହାର ୯୩.୩୬% ହୋଇଛି। କଳା ବିଭାଗରେ ମୋଟ ୪୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୦୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରଙ୍କ ପାସ୍‌ହାର ୯୨.୩୫% ଓ ଛାତ୍ରୀଙ୍କ ପାସ୍‌ହାର ୯୭.୨୧% ରହିଛି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୧୭୫ଜଣଙ୍କ ମଧ୍ୟରୁ ୧୭୧ଜଣ ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ଶତ ପ୍ରତିଶତ ହୋଇଥିବା ବେଳେ ଛାତ୍ରଙ୍କ ପାସ୍‌ହାର ୯୩.୬୨% ହୋଇଛି। ବାଣିଜ୍ୟ ବିଭାଗରେ ୨୩୭ଜଣ ପରୀକ୍ଷା ଦେଇଥିଲେ ଏବଂ ୨୩୦ ଜଣ ପାସ୍‌ କରିଛନ୍ତି। ସମସ୍ତ ଛାତ୍ରୀ ପାସ୍‌ କରିଥିବା ବେଳେ ୯୪.୬୨% ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।

ଅପରାହ୍ଣରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ମହାବିଦ୍ୟାଳୟ ଅଧକ୍ଷା ପ୍ରଫେସର ଇତିଶ୍ରୀ ପାଢ଼ୀ, ପରୀକ୍ଷା ନିୟନ୍ତ୍ରକ ମାନସ କୁମାର ଭୂୟାଁ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟ ଅବଧି ପୂର୍ବରୁ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାରୁ ଉଭୟ ଖୁସିବ୍ୟକ୍ତ କରିବା‌ ସହ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମ୍ବାଦିକତା ବିଭାଗର ମୁଖ୍ୟ ନଳୀନ କୁମାର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe