ବିଜେପି-ବିଜେଡି ଟଣାଓଟରା

Advertisment

ସାଲିଆସାହିରେ ବିର୍ସା ମୁଣ୍ଡାଙ୍କ ୧୪୨ତମ ଜୟନ୍ତୀ ପାଳନ

ସାଲିଆସାହିରେ ବିର୍ସା ମୁଣ୍ଡାଙ୍କ ୧୪୨ତମ ଜୟନ୍ତୀ ପାଳନ

ବିଜେପି-ବିଜେଡି ଟଣାଓଟରା

ଚନ୍ଦ୍ରଶେଖରପୁର : ବୀର ବିର୍ସା ମୁଣ୍ଡାଙ୍କ ୧୪୨ତମ ଜୟନ୍ତୀ ପାଳନକୁ ନେଇ ଆଜି ସନ୍ଧ୍ୟାରେ ସାଲିଆସାହିର ଲକ୍ଷ୍ମୀପୁର-ବୀର୍‌ସାନଗରରେ ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରିସ୍ଥିତି ଉପୁଜୁଥିଲା। ଗୋଟିଏ ପଡ଼ିଆର ଦୁଇ ପାଖରେ ଏକକାଳୀନ ଦୁଇ ଦୁଇଟି ସଭାର ଆୟୋଜନ ସମସ୍ତଙ୍କୁ ଚକିତ କରିଥିଲା।

publive-imageବିର୍ସା ମୁଣ୍ଡା ହୋ ଷ୍ଟୁଡେଣ୍ଟ୍‌ସ ୟୁନିୟନ ଓଡ଼ିଶା ତରଫରୁ ଆୟୋଜିତ ଧରତି ଆବ୍‌ବା ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ବିର୍ସା ମୁଣ୍ଡାଙ୍କୁ କେବଳ ମୁଣ୍ଡା, କୋହ୍ଲ, ହୋ ସମାଜର ନେତା ଭାବରେ ସୀମିତ ନରଖି ତାଙ୍କୁ ଭାରତର ଗରିବ, ଖଟିଖିଆ ଓ ନିଷ୍ପେଷିତ ଜନ ଚେତନାର ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ମାତ୍ର ତାଙ୍କର ଅସୀମ ତ୍ୟାଗ ଓ ବଳିଦାନ ପରେ ମଧ୍ୟ ଦେଶର ଇତିହାସର ବିର୍ସା ମୁଣ୍ଡାଙ୍କୁ ଉଚିତ ସ୍ଥାନ ମିଳିନାହିଁ। ବିର୍ସାଙ୍କ ସମର୍ପଣ ଓ ତ୍ୟାଗକୁ ଗୌଣ କରି ସ୍ୱାଧୀନତା ସଂଗ୍ରାମକୁ ନିର୍ଦିଷ୍ଟ ପରିବାର ଓ ସମୟରେ ସୀମିତ କରି ଶ୍ରେୟ ନେବାକୁ ଅପଚେଷ୍ଟା କରାଯାଇଥିବାରୁ ଶ୍ରୀ ପ୍ରଧାନ କ୍ଷୋଭ ପ୍ରକାଶ କରିଥିଲେ। ହୋ ଭାଷାକୁ ଜାତୀୟ ସ୍ତରରେ ମାନ୍ୟତା ପାଇଁ ଶ୍ରୀ ପ୍ରଧାନ ସହଯୋଗର ହାତ ବଢ଼ାଇବେ ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବରେ ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ଲକ୍ଷ୍ମୀଧର ସିଂ, ଦମୟନ୍ତୀ ଚାତାର, ରଘୁନାମ ହେମ୍ବ୍ରମ, ଜୋସ୍ନା ବାନସିଂ, ଗଣେଶ୍ୱର ଗାଗାରାଇ ପ୍ରମୁଖ ଜନଜାତି ପ୍ରତିନିଧିମାନଙ୍କ ସହିତ ବିଜେପିର ବହୁ ନେତା ଯୋଗ ଦେଇଥିଲେ।

ଅପରପକ୍ଷରେ ଆଦିମ ଅଧିବାସୀ ମହାସଂଘର ଚତୁର୍ଥ ବାର୍ଷିକ ଉତ୍ସବ ନାଁରେ ବିଜେଡି ପକ୍ଷରୁ ମଧ୍ୟ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଅତ୍ୟନ୍ତ ତରବରିଆ ଭାବରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌, ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ମେୟର ଓ ସ୍ଥାନୀୟ ଅଞ୍ଚଳର କର୍ପୋରେଟର ମାନେ ଯୋଗ ଦେଇଥିଲେ।

ଗୋଟିଏ ପଡ଼ିଆ, ସମାନ ସମୟ, ଦୁଇଟି ସଭା

ଗୋଟିଏ ପଡ଼ିଆରେ ସମାନ ସମୟରେ ଚାଲିଥିଲା ଦୁଇଟି ସଭା। ମାତ୍ର ୩୦ ମିଟର ବ୍ୟବଧାନରେ ହୋଇଥିବା ଦୁଇଟି ସଭା ମଞ୍ଚରୁ ଭାଷଣ ଦେଉଥିଲେ ଅତିଥି। ବିର୍ସା ମୁଣ୍ଡାଙ୍କୁ ନେଇ ସେମାନଙ୍କର କେତେ ଦରଦ ଅଛି ତାହା ପ୍ରମାଣର କରିବାକୁ ଲାଗି ପଡ଼ିଥିଲେ ଉଭୟ ବିଜେପି ଓ ବିଜେଡିର ନେତୃବୃନ୍ଦ। ପ୍ରତିବର୍ଷ ଏଠାରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ହୋ ସଂଗଠନ ପକ୍ଷରୁ କରାଯାଉଥିଲା। ମାତ୍ର ଆଜି ବିଜେଡି ପକ୍ଷରୁ ତରବରିଆ ଭାବରେ ବିର୍ସାଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ପୂର୍ବରୁ କୌଣସି ପ୍ରସ୍ତୁତି ନଥାଇ ମଧ୍ୟ କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମରେ ବାଧା ପହଞ୍ଚାଇବା ଲକ୍ଷ୍ୟରେ ଏପରି କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିର୍ସାଙ୍କ ଜୟନ୍ତୀ ପାଳନର ଅଧିକାର ସମସ୍ତଙ୍କର ରହିଥିବା ବିଜେଡି ପକ୍ଷରୁ କୁହାଯାଇଛି। ଏଠାରେ ବିର୍ସା ମୁଣ୍ଡାଙ୍କର ଏକ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ବିଧାୟକ ପ୍ରିୟଦର୍ଶୀ ମିଶ୍ର ସଭାରେ ଘୋଷଣା କରି ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe