ଜଳଜଳ ବିଜେଡି ଗୋଷ୍ଠୀ କନ୍ଦଳ: ଉଦ୍‌ଘାଟନ ଫଳକ ଭାଙ୍ଗିଦେଲେ

Advertisment
ଜଳଜଳ ବିଜେଡି ଗୋଷ୍ଠୀ କନ୍ଦଳ: ଉଦ୍‌ଘାଟନ ଫଳକ ଭାଙ୍ଗିଦେଲେ

ବାଲିଅନ୍ତା : ଦୀର୍ଘ ଦିନ ଧରି ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ବାଲିଅନ୍ତା ବ୍ଲକ୍‌ ଅଧ୍ୟକ୍ଷା ସୁଚିତ୍ର ଜେନାମଣିଙ୍କ ମଧ୍ୟରେ ଲାଗି ରହିଥିବା ଶୀତଳଯୁଦ୍ଧ ପୁଣି ତେଜିବା ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପାଖେଇ ଆସିବାରୁ ପୂର୍ବର ଛକାପଞ୍ଝା ଏବେ ଭଙ୍ଗାରୁଜା ଆଡ଼କୁ ଗତି କଲାଣି। ଏବେ ବ୍ଲକ ଅଧ୍ୟକ୍ଷାଙ୍କ ନାମ ଥିବା ଏକ ଉଦ୍‌ଘାଟନ ଫଳକକୁ କେହି ଭାଙ୍ଗି ଦେଇଛି। ତେଣୁ ଏହା ବିଧାୟକଙ୍କ ଗୋଷ୍ଠୀର କାଣ୍ଡ ବୋଲି ଅଧ୍ୟକ୍ଷା ଜେନାମଣିଙ୍କ ଗୋଷ୍ଠୀ ସନ୍ଦେହ କରୁଛନ୍ତି। ଫଳକ ଭଙ୍ଗାକୁ ନେଇ ପୁଲିସରେ ଅଭିଯୋଗ ହୋଇନଥିଲେ ମଧ୍ୟ ଏଥିପାଇଁ ସେମାନେ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

publive-image

ସୂଚନାନୁସାରେ ୨୦୧୬/୧୭ ଆର୍ଥିକ ବର୍ଷରେ ବେଣୁପୁର ପଞ୍ଚାୟତରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରାଯାଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ୨୦ ଲକ୍ଷ ଖର୍ଚ୍ଚ କରାଯାଇ ଚାରିକଡ଼ରେ ଏକ ହଜାର ଫୁଟ୍‌ ଲମ୍ବର ପାଚେରି ସହ ମୁଖ୍ୟ ଫାଟକ ନିର୍ମାଣ କରାଯାଇଥିଲା। ଗତ ୨୦ ତାରିଖରେ ବିଧାୟକ ଅରବିନ୍ଦ ଢାଲି ଏହାର ଉଦ୍‌ଘାଟନ କରିବା ନେଇ ସ୍ଥିର ହୋଇଥିଲା। କିନ୍ତୁ ଗତ ୧୫ ତାରିଖରେ ବ୍ଲକ୍‌ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ବ୍ଲକ୍‌ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି, ବିଡିଓ ନାରାୟଣ ଚନ୍ଦ୍ର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୁତି ଭୂଷଣ ପାଢ଼ୀ, ପୂର୍ବତନ ସରପଞ୍ଚ ତପନ କୁମାର ପରିଡ଼ା ଓ ସଚ୍ଚିଦାନନ୍ଦ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଦେଲେ। ଗତ ରାତିରେ କେହି ଦୁର୍ବୃତ୍ତ ଏହି ଫଳକ ଭାଙ୍ଗି ଦେଇଛି। ଏ ନେଇ ଗ୍ରାମବାସୀଙ୍କ ତରଫରୁ ବାଲିଅନ୍ତା ଥାନାରେ ଏତଲା ଦିଆଯିବ ବୋଲି ପୂର୍ବତନ ସରପଞ୍ଚ ତପନ କୁମାର ପରିଡ଼ା ଓ ସଚ୍ଚିଦାନନ୍ଦ ଜେନା କହିଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବିଜେଡିର ଗୋଷ୍ଠୀ କନ୍ଦଳ ଏହି ଫଳକ ଭଙ୍ଗା ପଛର କାରଣ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe