ପ୍ରଥମ ମ୍ୟାଚ୍‌ ଜିତିଲା ବିଜେଡି ବିଧାୟକ ଦଳ

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆରମ୍ଭ ହେଲା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ

ପ୍ରଥମ ମ୍ୟାଚ୍‌ ଜିତିଲା ବିଜେଡି ବିଧାୟକ ଦଳ

ଭୁବନେଶ୍ୱର: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ଏବଂ ବିଜେଡି ବିଧାୟକଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍‌ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ବାବଧାନରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏହି ଉଦଘାଟନୀ ମ୍ୟାଚରେ ବିଧାୟକଙ୍କ ଟିମ୍ ୨-୧ ଗୋଲ୍‌ରେ ବିଜୟୀ ହୋଇଛି। ବିଜେଡିର ପ୍ରତିଷ୍ଠା ଦିବସ ପୂର୍ତ୍ତି ଉପଲକ୍ଷେ ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରେ ଯୁବ ବିଜେଡି ଏବଂ ଛାତ୍ର ବିଜେଡି ମଧ୍ୟରେ ଫୁଟବଲ ମ୍ୟାଚ୍‌ ହେବ। ଶେଷରେ ରାଜ୍ୟସ୍ତରୀୟ ଫାଇନାଲ ମ୍ୟାଚ୍‌ର ଆୟୋଜନ କରାଯିବ ବୋଲି ଯୁବ ବିଜେଡି ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଏବଂ ଛାତ୍ର ବିଜେଡି ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି।

ଆଜିର ଏହି ଉଦ୍‌ଘାଟନୀ ମ୍ୟାଚରେ ବିଧାୟକଙ୍କ ଟିମ୍ ପକ୍ଷରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ଦିବ୍ୟଶଙ୍କର ମିଶ୍ର, ରାଜେନ୍ଦ୍ର କୁମାର ସାହୁ, ଦେବେଶ୍ ଆଚାର୍ଯ୍ୟ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ସୁଶାନ୍ତ କୁମାର ରାଉତ, ପ୍ରଶାନ୍ତ ବେହେରା, ରୁଦ୍ର ପ୍ରତାପ ମହାରଥୀ,ସ୍ବରୁପ କୁମାର ଦାସ, ଜଗନ୍ନାଥ ନାୟକ, କିଶୋର ଚନ୍ଦ୍ର ନାୟକ, ଚନ୍ଦ୍ରମଣି କହଁର ପ୍ରମୁଖ ଭାଗ ନେଇଥିଲେ। ସେହିପରି ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ବିଧାୟକ ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମେତ ବୈକୁଣ୍ଠ ନାୟକ,ଶୁଭେନ୍ଦୁ ମଙ୍ଗରାଜ, ଧୃତି ରଞ୍ଜନ ମାର୍ଥା, ବିଜୟ କେତନ ସାହୁ, ତାରିଣୀ ପ୍ରସାଦ ନାୟକ, ବାଣୀ କଲ୍ୟାଣ ମହାନ୍ତି, ସ୍ମୃତି ରଂଜନ ନାୟକ, ପ୍ରଦ୍ୟୁମ୍ନ ତ୍ରିପାଠୀ, ଅଫତାବ ଆଲମ ଖାନ୍, ରାଜେଶ ରାଜ ସ୍ବାଇଁ, ଅଜିତ୍ କୁମାର ବେହେରା, ଅବିନାଶ ମହାନ୍ତି, ସୁଜିତ ପାଲଟାସିଂହ, ଦେବାଶିଷ ସ୍ବାଇଁ, ଆସିଫ୍ ଅମିନ୍, ବିଶ୍ବଦୀପ ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe