ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ପାଇଁ ବିଜେଡି ଆଜି ରଣନୀତି ପ୍ରସ୍ତୁତ କରିଛି। ଶଙ୍ଖ ଭବନରେ ଅନୁଷ୍ଠିତ ବୈଠକରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ କେନ୍ଦୁଝରଠାରୁ ଆରମ୍ଭ କରି ଖୋର୍ଦ୍ଧାକଟକ ଏସ୍‌ସିବି ମେଡିକାଲ କଲେଜରେ ନିକଟରେ ଘଟିଥିବା ନାରୀ ନିର୍ଯାତନା ଘଟଣା ପୀଡ଼ାଦାୟକ। ସରକାରଙ୍କ ଅପାରଗତା ପଦାରେ ପଡ଼ିଛି। କେତେ ଘଟଣା ପରେ ସରକାରର ନିଦ ଭାଙ୍ଗିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଶାନ୍ତି ଓ ସଦ୍‌ଭାବ ପାଇଁ ସୁନାମ ଥିବା ଓଡିଶାରେ ସାଂପ୍ରଦାୟିକ ଉତ୍ତେଜନା ବଢ଼ିଚାଲିବା ବେଦନାଦାୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Advertisment

ଯୋଗଦେବେ ରାଷ୍ଟ୍ରପତି: ବିଧାନସଭାରେ ବିଧାୟକଙ୍କୁ ସମ୍ବୋଧିତ କରିବେ

Assembly from today: ଆଜିଠାରୁ ବିଧାନସଭା: ୨୮ରେ ଅତିରିକ୍ତ ବଜେଟ

ସେ ଆହୁରି କହିଥିଲେ,  ନିକଟରେ କଟକ ଦୁର୍ଗାପୂଜାରେ ଘଟିଥିବା ଦଙ୍ଗା ଓଡ଼ିଶାର ମୁଣ୍ଡ ତଳକୁ କରିଛି। କେବଳ ସେତିକି ନୁହେଁ, ରାଜ୍ୟରେ ଚାଷୀ ଓ ମହିଳା ଦୁଃଖରେ ଅଛନ୍ତି। ସରକାର ଠିକ୍‌ ସମୟରେ ସାର ଦେଇପାରୁନାହାନ୍ତି। ମା’ମାନଙ୍କୁ ଋଣ ସହାୟତା ବି ନୁହେଁ। ଏହାର ଦୃଢ଼ ବିରୋଧ କରାଯିବ। ସେହିଭ​ଳି ନିଯୁକ୍ତି ପରୀକ୍ଷା ତ୍ରୁଟିଶୂନ୍ୟ କରିପାରୁ ନାହାନ୍ତି। ଲୋେକ ସମ୍ମୁଖୀନ ହେଉଥିବା ଏସବୁ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଧାୟକ ଗଣେଶ୍ବର ବେହେରା ପ୍ରମୁଖ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିରୋଧୀ ଦଳର ରଣନୀତି ଉପରେ ଆଲୋକପାତ କରିଥିଲେ।