ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହେଉଛି। ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୯ଟି କାର୍ଯ୍ୟଦିବସ ରହିଛି। ଗୁରୁବାର ପୂର୍ବାହ୍ଣରେ ଗୃହକାର୍ଯ୍ୟ ଆରମ୍ଭ ହୋଇ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆସିବ। ପରେ ଗୃହ ମୁଲତବୀ ରହିବ। ଅପରାହ୍ଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ।
Muskan Rastogi Gave Birth To Daughter:ନୀଳ ଡ୍ରମ ଘଟଣା: ସ୍ବାମୀଙ୍କ ଜନ୍ମଦିନରେ ମା’ ହେଲେ ହତ୍ୟାକାରୀ ସ୍ତ୍ରୀ
Kolkata Highcourt: ୮୦୦ ଟଙ୍କା ପାଇଁ ହତ୍ୟା କରିଥିବା ଅପରାଧୀଙ୍କୁ କ୍ଷମା ଦେଲେନି ହାଇକୋର୍ଟ
ଅଧିବେଶନର ଦ୍ବିତୀୟ ଦିବସରେ ଅର୍ଥାତ ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ବଜେଟ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇ ୮ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ପ୍ରତି ବର୍ଷ ବିଧାନସଭା ଅଧିବେଶନ ୬୦ ଦିନ ବସିବାର ନିୟମ ରହିଛି। ପୂର୍ବ ଦୁଇଟି ଅଧିବେଶନରେ ଗୃହ ୩୧ ଦିନ ଚାଲିସାରିଛି। ତେଣୁ ବ୍ୟବସ୍ଥା ଅନୁଯାୟୀ ଶୀତ ଅଧିବେଶନରେ ୨୯ ଦିନିଆ କ୍ୟାଲେଣ୍ଡର୍ କରାଯାଇଛି। କିନ୍ତୁ ଅତିରିକ୍ତ ବଜେଟ୍ ଗୃହୀତ ହେଲା ପରେ କେତେଦିନ ଗୃହ ଚାଲିବ, ତାହା ଉପରେ ସମସ୍ତଙ୍କର ନଜର ରହିବ। ଗତ ବର୍ଷ ମଧ୍ୟ ୧୬ ଦିନ ଆଗରୁ କୌଣସି ସରକାରୀ କାର୍ଯ୍ୟ ନଥିବା ଦର୍ଶାଇ ଶୀତ ଅଧିବେଶନକୁ ସାରିଦିଆଯାଇଥିଲା।
ଶୀତ ଅଧିବେଶନକୁ ସୁରୁଖୁରୁରେ ପରିଚାଳିତ କରିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଉପସ୍ଥିତ ଥିଲେ। ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/27/assembly-2025-11-27-00-37-14.jpg)