ନୂଆଦିଲ୍ଲୀ: ମେରଠର ସୌରଭ ରାଜପୁତ ହତ୍ୟା ମାମଲା ଏକ ନୂଆମୋଡ଼ ନେଇଛି। ନଭେମ୍ବର ୨୪ ତାରିଖ ବିଳମ୍ବିତ ରାତିରେ ମୁସ୍କାନ ରସ୍ତୋଗୀ ମେଡିକାଲ କଲେଜରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ସନ୍ତାନ ଜନ୍ମ ହେବାପରେ ନବଜାତ ଶିଶୁର ଡିଏନଏ ପରୀକ୍ଷା ପାଇଁ ଜୋର ଧରିଛି ଦାବି ।
ମା’ ହେଲେ ମୁସ୍କାନ
ସୌରଭ ରାଜପୁତ ହତ୍ୟା ମାମଲାର ତଦନ୍ତ ସମୟରେ ଜଣାପଡ଼ିଥିଲା, ମୁସ୍କାନଙ୍କର ତାଙ୍କ ପ୍ରେମିକ ସାହିଲ ସହିତ ଅବୈଧ ସମ୍ପର୍କ ଥିଲା। ତେଣୁ ସେ ତାଙ୍କ ସ୍ବାମୀ ସୌରଭଙ୍କୁ ରାସ୍ତାରୁ ହଟାଇବାକୁ ଯାଇ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ।
ଅଧିକପଢ଼ନ୍ତୁ:ଏବେ ମହିଳାଙ୍କ ହତ୍ୟା ପାଇଁ ଆଜୀବନ କାରାଦଣ୍ଡ: ମେଲୋନିଙ୍କ ଦେଶରେ ବଡ଼ ନିଷ୍ପତ୍ତି
ଅବୈଧ ସମ୍ପର୍କ ପାଇଁ ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ
ବିଧିର ବିଧାନ ବଡ଼ ବିଚିତ୍ର ନଭେମ୍ବର ୨୪ ତାରିଖ ସୌରଭଙ୍କ ଜନ୍ମଦିନରେ ମେଡିକାଲ କଲେଜରେ ମୁସ୍କାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସୌରଭଙ୍କ ପରିବାର ଲୋକ ଡିଏନଏ ପରୀକ୍ଷା ପାଇଁ ଦାବି କରି କହିଛନ୍ତି, ‘ଡିଏନଏ ପରୀକ୍ଷାରେ ଯଦି ଶିଶୁ ସୌରଭଙ୍କ ଜଣାପଡ଼ିବ ଆମେ ନିଶ୍ଚିୟ ତାକୁ ଆମ ପାଖକୁ ନେଇ ଆସିବୁ। ଯଦି ସାହିଲର ଥିବା ଆମେ କିଛି କରି ପାରିବୁ ନାହିଁ।’
ମୁସ୍କାନ କିଏ ମୁଁ ଜାଣିନାହିଁ
ସେହିପରି ମୁସ୍କାନ କନ୍ୟା ସନ୍ତାନକୁ ଜନ୍ମ ଦେବାପରେ ସାହିଲଙ୍କ ଜେଜେମାଙ୍କ କହିଛନ୍ତି, "ମୁଁ ନିଜେ ଅସହାୟ। ମୋର ନବଜାତ ସହିତ କୌଣସି ପ୍ରକାର ସମ୍ପର୍କ ନାହିଁ। ମୁଁ ମୁସ୍କାନଙ୍କୁ ଜାଣି ନାହିଁ। ଲୋକମାନେ ମୁସ୍କାନ ଜନ୍ମ ଦେଇଥିବା ଝିଅ ସାହିଲର ବୋଲି କହୁଛନ୍ତି, ତେବେ ମୁଁ କିପରି ଏହାକୁ ବିଶ୍ୱାସ କରିବି? ମୋତେ ଏହି ଘଟଣା ବିଷୟରେ କିଛି ପଚାରନ୍ତୁ ନାହିଁ। ଆମ ପରିବାର ଏହି ମାମଲାରେ ଦୂରେଇ ରହିଛି। ଯାହା ଉଚିତ ଯାହା ନ୍ୟାୟ ତାହା କରନ୍ତୁ।
ସ୍ବାମୀଙ୍କୁ ହତ୍ୟା କରି ନୀଳ ଡ୍ରମରେ ସିମେଣ୍ଟ ଦେଇ ପୋତି ଦେଇଥିଲେ ସ୍ତ୍ରୀ
ସୂଚନାଯୋଗ୍ୟ, ୨୦୨୫ ମାର୍ଚ୍ଚ ମାସରେ ସୌରଭଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଥିଲା। ପୁଲିସ ତଦନ୍ତରୁ ଜଣାପଡିଥିଲା ଯେ ମୁସ୍କାନ ଏବଂ ସାହିଲ ସୌରଭଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ମୃତଦେହକୁ ଅନେକ ଖଣ୍ଡ କରି କାଟି ଏକ ନୀଳ ପ୍ଲାଷ୍ଟିକ୍ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ କରି ଦେଇଥିଲେ। ଏହାପରେ ଦୁଇଜଣ ବୁଲିବା ପାଇଁ ଚାଲି ଯାଇଥିଲେ। ମୁସ୍କାନ ପୁଲିସକୁ ଭ୍ରମିତ କରିବା ପାଇଁ ନିଖୋଜ ହେବାର ଅଭିନୟ କରିଥିଲେ। କିନ୍ତୁ ସବୁ ଷଡଯନ୍ତ୍ର ଉପରୁ ପରଦା ଉଠିଯାଇଥିଲା। ପୁଲିସ ମୁସ୍କାନ ଓ ତାଙ୍କ ପ୍ରେମିକ ସାହିଲଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି।
ଅଧିକପଢ଼ନ୍ତୁ:ଦିଲ୍ଲୀର ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକାଶ କଲେ ମୁଖ୍ୟ ବିଚାରପତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/26/th-2025-11-26-19-55-15.jpg)