ବିଜେଇଏମ୍‌ ସ୍କୁଲ-୨ର ଦ୍ୱାଦଶ ବାର୍ଷିକ କ୍ରୀଡ଼ା ଉତ୍ସବ

Advertisment
ବିଜେଇଏମ୍‌ ସ୍କୁଲ-୨ର ଦ୍ୱାଦଶ ବାର୍ଷିକ କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର: ସ୍ଥାନୀୟ ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ର ଦ୍ୱାଦଶ ବାର୍ଷିକ କ୍ରୀଡ଼ା ଉତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଓଡିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ରଶ୍ମିରଞ୍ଜନ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବରେ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ପରିଚାଳକ ପ୍ରତାପ କୁମାର ଜେନା, ସହପରିଚାଳକ ଚିରନ ବରିସଲ୍‌, ବିଦ୍ୟାଳୟର ଅଧ୍ୟକ୍ଷା କ୍ଷଣିକା ଦାସ ଏବଂ ବିଜେ ଶିକ୍ଷା ପରିଷଦର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ଛାତ୍ରଛାତ୍ରୀମାନଙ୍କର ମାର୍ଚ୍ଚପାଷ୍ଟ, ମଶାଲ ଶୋଭାଯାତ୍ରା ଏବଂ ଖେଳଧାରା ବେଶ୍‌ ଚିତାକର୍ଷକ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe