ରାଜଧାନୀରେ କରୋନା ଆକ୍ରାନ୍ତ ବଢ଼ିବା ପରେ... ବି‌ଜେପି-ବିଜେଡି ଦୋଷ ଲଦାଲଦି

Advertisment

କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କୁ ସହଯୋଗ କରନ୍ତୁ: ବିଜେଡି

କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କୁ ସହଯୋଗ କରନ୍ତୁ: ବିଜେଡି

ଭର୍ତ୍ତୃହରିଙ୍କୁ ନେଇ ବିଜେଡି-ବିଜେପି କଳି, ଧର୍ମେନ୍ଦ୍ରଙ୍କ ପ୍ରଶଂସା ପରେ ବାକ୍‌ ଯୁଦ୍ଧ

The Samikhsya

ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୫ ଛୁଇଁବା ପରେ ବିଜେପି ସରକାରୀ ଦଳକୁ ଘେରିଛି। ଭୁବନେଶ୍ବରର ସ୍ଥିତି ଅଣାୟତ୍ତ ହୋଇଯାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ନିଅନ୍ତୁ ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ସିଂହ ଚିଠି ଲେଖିଛନ୍ତି ଯେ ଭୁବନେଶ୍ବର ଭଳି ଜନବହୁଳ ସହରରେ ଏତେ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାଜନକ। ଏବେ ହୋମ୍‌ କ୍ବାରାଣ୍ଟିନ୍‌ କେସ୍‌ ଛାଡ଼ି ସ୍ଥାନୀୟ ସଂକ୍ରମଣ ବଢ଼ିବା ରାଜଧାନୀବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବସ୍ତିଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲୋକ ଅଧିକ ଭୟଭୀତ ହୋଇଗଲେଣି। ହୋମ୍‌ ଆଇସୋଲୋସନ୍‌ରେ ରହୁଥିବା ଲୋକ ଫୋନ୍‌ କରୁଥିଲେ ବି ତାଙ୍କୁ ଡାକ୍ତରୀ ପରାମର୍ଶ ମିଳୁନି। କଣ୍ଟାକ୍ଟ ଟ୍ରେସିଂ ଠିକ୍‌ ଭାବେ ହୋଇ ପାରୁନଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ଭୟ ଘାରୁଛି। ଏପରିକି କରୋନା ବ୍ୟତୀତ ଅନ୍ୟାନ୍ୟ ସାଧାରଣ ଓ ଗୁରୁତର ରୋଗୀଙ୍କୁ ବେସରକାରୀ ହସ୍ପିଟାଲରେ ଠିକ୍‌ ଚିକିତ୍ସା ମିଳୁନି। ଭୁବନେଶ୍ବରରେ କରୋନା ପରିସ୍ଥିତି ଗୁରୁତର ହେଉଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ନିଅନ୍ତୁ ବୋଲି ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ ନୂଆଦିଲ୍ଲୀରେ କରୋନା ସ୍ଥିତି ସଙ୍ଗିନ୍‌ ହେଉଥିବା ବେଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କରୋନା ପରିଚାଳନା ଓ ନିୟନ୍ତ୍ରଣ ପାଇଁ ନୂଆ ରାସ୍ତା ଦେଖାଇଛନ୍ତି। ଶ୍ରୀ ଶାହାଙ୍କ ସହଯୋଗ ନେଲେ ଦିଲ୍ଲୀ ଭଳି ଭୁବନେଶ୍ବରରେ ବି ସ୍ଥିତି ସୁଧୁରିବ। ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ ଓ ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ବି‌େଜପିର ଏହି ପ୍ରସ୍ତାବକୁ ଖଣ୍ଡନ କରିଛି ବିଜେଡି। ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ଯେ ଓଡ଼ିଶା ସରକାରଙ୍କ କରୋନା ମୁକାବିଲା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଛନ୍ତି। ପ୍ରତି ତିନି ଦିନରେ ଦେଶରେ ଲକ୍ଷାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଜେପି ନେତା ଦେଶରେ କିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନ ବଢ଼ିବ, ସେନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ ଏବଂ ତାଙ୍କର ଦକ୍ଷତା ସେଠାରେ ଦେଖାନ୍ତୁ। ରାଜ୍ୟରେ କୋଭିଡ୍‌ ଯୋଦ୍ଧା ଓ ସାଢ଼େ ଚାରିକୋଟି ଲୋକଙ୍କୁ ହତୋତ୍ସାହିତ ନ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe