ରିଲିଫ୍‌ ରାଜନୀତି : ବସ୍ତିବାସିନ୍ଦାଙ୍କୁ ନେଇ ବିଜେପି-ବି‌ଜେଡି ମୁହାଁମୁହିଁ

Advertisment
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ : ଢେଙ୍କାନାଳରେ ବିଜେଡି-ବିଜେପି ପତିଆରା ଲଢ଼େଇ

Latestly.com

ଉଠାଦୋକାନୀଙ୍କୁ ସହାୟତା ଯୋଗାଇ ଦିଆଯାଉ: ବିଜେପି
କରୋନା ସମୟରେ ବିଜେପି ‌ନେତା ରାଜନୀତି କରୁଛନ୍ତି: ବିଜେଡି

ଭୁବନେଶ୍ୱର : ରାଜଧାନୀରେ ବଢ଼ୁଛି କରୋନା। ଆଗକୁ ଆହୁରି ସାଂଘାତିକ ସ୍ଥିତି ଉପୁଜିବାର ଆଶଙ୍କା ଦେଖାଦେଲାଣି। ଏବେ ସୁଦ୍ଧା ୭୦ରୁ ଅଧିକ ବସ୍ତିକୁ କରୋନା ଛୁଇଁ ସାରିଲାଣି। ଯଦି ଏମିତି ଚାଲେ ଆଉ କିଛି ଦିନ ଭିତରେ ୧୦୦ବସ୍ତି ବି ଛୁଇଁଯିବା ଆକଳନକୁ ଏଡ଼ାଇ ଦିଆଯାଇ ନପାରେ। ପରିଣାମ ସ୍ବରୂପ କରୋନା ମୁକାବିଲା କରିବା ଅସମ୍ଭବ ହୋଇପଡ଼ିବ। ସହରରେ ଏମିତି ସ୍ଥିତି ଉପୁଜିଥିବା ବେଳେ ସରକାରୀ କଳର ବିଫଳତାକୁ ଦାୟୀ କରିଛି ରାଜ୍ୟ ବିଜେପି। ଏଥିସହ ବସ୍ତିବାସିନ୍ଦାଙ୍କୁ ନ୍ୟାୟ ନମିଳିବା, କେନ୍ଦ୍ର ଯୋଜନାରେ ଉଠାଦୋକାନୀ, ବସ୍ତିବାସିନ୍ଦାଙ୍କୁ ମିଳୁଥିବା ରିଲିଫ୍‌ ଲୋକଙ୍କୁ ପ୍ରଦାନ କରାଯାଉ ନ ଥିବା ବିଜେପି ଅଭିଯୋଗ ଆଣିଛି। ଏହାର ଜବାବରେ ବିଜେଡି କହିଛି ଯେ ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଦିଆଯାଉଛି।

ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ କରିଛନ୍ତି। ତେ‌ବେ ଏଥିପାଇଁ ବସ୍ତିବାସିନ୍ଦା, ଉଠାଦୋକାନୀ, ବୁଲା ବେପାରୀ ଆଦି ଯେଉଁ ସମସ୍ୟା ଭୋଗୁଛନ୍ତି, ତାହାକୁ ସରକାର ଦେଖି ପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନାରେ ଉଠାଦୋକାନୀଙ୍କ ପାଇଁ ୧୦ ହଜାର ଟଙ୍କାର ବିନା ବନ୍ଧକରେ ଋଣର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ଏହି ଯୋଜନାର ଫେସିଲିଟେଟର ଭୂମିକାରେ ରହିବା କଥା। ‌ହେଲେ ତାହା କରୁନାହାନ୍ତି। ଭୁବନେଶ୍ୱରରେ ୨୪୪୦ ଅସ୍ଥାୟୀ ଦୋକାନୀ, ୧୯ ହଜାର ୪୩ଟି ଉଠାଦୋକାନୀ ଅଛନ୍ତି। ରାଜ୍ୟ ସରକାର ରାଜନୀତି ଉପରକୁ ଉଠି ଏମାନଙ୍କ କଥା ଚିନ୍ତା କରିବା ଦରକାର। ଏମାନେ କିପରି ଆତ୍ମନିର୍ଭର ଭାରତ ଯୋଜନାରେ ସାମିଲ ହୋଇ ପୁଣି ସେମାନଙ୍କ ବେପାର ଆରମ୍ଭ କରିବେ ଏବଂ ସେମାନଙ୍କୁ ବୀମାଭୁକ୍ତ କରି ବୀମାର ପ୍ରିମିୟମ ରାଶି ଭରଣା କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି।

publive-image Deccan Herald

ଭୁବନେଶ୍ୱରର ୪୩୬ ବସ୍ତିରେ ୮୦ ହଜାର ୬୬୫ ପରିବାର ଓ ୩ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି। ଏମାନଙ୍କ ସମସ୍ୟାକୁ ବିଏମ୍‌ସି ଅଧିକାରୀମାନେ ବୁଝି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଦରକାର। ବସ୍ତିଗୁଡ଼ିକରେ ରହୁଥିବା ଲୋକମାନେ ମୁଖ୍ୟତଃ ଦିନ ମଜୁରିଆ, ଅଟୋ ଚାଳକ, ଠେଲା ଗାଡି ଲଗାଇବା ସହ ଅନ୍ୟାନ୍ୟ କାମ ଧନ୍ଦା କରି ଚଳୁଥିଲେ। ଲକ୍‌ଡାଉନ ଯୋଗୁଁ ଏବେ ସବୁ ବନ୍ଦ ହୋଇଛି। ତେଣୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାସକୁ ୫ କିଲୋ ଚାଉଳ, ୧ କିଲୋ ଡାଲି, ଅଗ୍ରିମ ସାମାଜିକ ସୁରକ୍ଷା ଭତ୍ତା, ଜନଧନ ଖାତାଧାରୀ ମହିଳାଙ୍କୁ ୧ ହଜାର ଟଙ୍କା ସାହାଯ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା ବିଏମ୍‌ସି କୌଣସି ଠୋସ୍ ପଦକ୍ଷେପ ନେଉନାହିଁ। ଭୁବନେଶ୍ୱରରେ ଦୈନିକ ବାହାରୁଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଲୋକାଲ କେସ୍‌। ଏପରି ସ୍ଥିତିରେ ବସ୍ତିରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବି ସୃଷ୍ଟି ହେଲାଣି। ଏହାକୁ ମୁକାବିଲା କରିବା ପାଇଁ ସରକାରଙ୍କର ରୋଡ୍‌ ମ୍ୟାପ୍‌ ନାହିଁ। ସମସ୍ତ ବସ୍ତିକୁ ବିଶୋଧନ କରିବା ସହ ବସ୍ତିବାସିନ୍ଦାଙ୍କୁ ମାଗଣା ମାସ୍କ ଓ ସାନିଟାଇଜେସନ ଯୋଗାଇ ଦିଆଯାଉ। ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ ଓ ହରେକୃଷ୍ଣ ଖୁଣ୍ଟିଆ ଉପସ୍ଥିତ ଥିଲେ।

ବିଜେପି ଅଭିଯୋଗର ଜବାବ ଦେଇଛି ବିଜେଡି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ ଏପ୍ରିଲରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ର କାର୍ଡଧାରୀଙ୍କୁ ରାଜ୍ୟ ସରକାର ମାସକୁ ଅଗ୍ରିମ ୫ କିଲୋ ଚାଉଳ ଓ କିଲେ ଡାଲି ଯୋଗାଇ ଦେଉଛନ୍ତି। ଆଗାମୀ ୫ ମାସ ପାଇଁ ମାଗଣାରେ ଅନୁରୂପ ପରିମାଣର ରାସନ୍‌ ଯୋଗାଇ ଦେବେ। ବିଜେପି ନେତାମାନେ ଏହା ଜାଣି ନାହାନ୍ତି। ଏହାସହ ଲକ୍‍ଡାଉନ୍‍ ସମୟରେ ରାଜ୍ୟ ସରକାର ୪୫ ହଜାର ୬୦୦ ଷ୍ଟ୍ରିଟ୍‌ ଭେଣ୍ଡରଙ୍କୁ ୩୦୦୦ ଟଙ୍କା କରି ମୋଟ୍‍ ୧୩ କୋଟି ୬୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଲକ୍‍ଡାଉନ୍‍ ସମୟରେ ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି। ଏଭଳି ସମୟରେ ରାଜନୀତି ନ କରି ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe