ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ: ୭୧ତମ ଜନ୍ମଦିନରେ ୭୧ ଦୀପଦାନ

Advertisment
ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ: ୭୧ତମ ଜନ୍ମଦିନରେ ୭୧ ଦୀପଦାନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ୭୧ଟି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରାଯାଇଛି। ଏହି ଅବସରରେ ଶୁକ୍ରବାରଠାରୁ ‘ସେବା ଓ ସମର୍ପଣ’ କାର୍ଯକ୍ରମ ଆରମ୍ଭ ହୋଇଛି। ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ୨୦ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କର ଜନହିତକାରୀ କାର୍ଯ୍ୟକ୍ରମର ବାର୍ତ୍ତା ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି। ୩୬ଟି ସାଂଗଠନିକ ଜିଲ୍ଲା, ସମସ୍ତ ମଣ୍ଡଳସ୍ତରରେ ସେବାମୂଳକ କାର୍ଯ୍ୟକ୍ରମ, କୃଷକ ଓ ସୈନିକମାନଙ୍କୁ ସମ୍ବର୍ଦ୍ଧନା, ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଭୃତି କାର୍ଯ୍ୟକ୍ରମ ଆୟୋଜନ ହେବ।

ଶୁକ୍ରବାର ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ ରକ୍ତଦାନ ଶିବିର, ମହିଳା ମୋର୍ଚ୍ଚା ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ ହୋଇଛି। ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ବାଲ୍ୟକାଳରୁ ଏପର୍ଯ୍ୟନ୍ତ ଜୀବନ ଚରିତ ତଥା କୃତିତ୍ବ ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଓ ସାଂସଦ ଜୁଏଲ ଓରାମ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଉପସଭାନେତ୍ରୀ ଅନିତା ପ୍ରିୟଦର୍ଶିନୀ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ଠାକୁର୍ ରଞ୍ଜିତ୍ ଦାସ୍‌, ରମାରଞ୍ଜନ ବଳିୟାରସିଂ, ରାଜେନ୍ଦ୍ର ପଣ୍ଡା, ସଜ୍ଜନ ଶର୍ମା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଲିଗାଲ ସେଲ୍ ସଂଯୋଜକ ରବି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ, ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ସଂଗ୍ରାମ କେଶରୀ ନାୟକ, ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ୍ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା ଓ ହିଂମାଶୁ ଛୋଟରାୟ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe