ଆମକୁ ବି ଗିରଫ କର, କ୍ୟାପିଟାଲ ଥାନାରେ ବିଜେପି କର୍ମୀଙ୍କ ଧାରଣା

Advertisment
ଆମକୁ ବି ଗିରଫ କର, କ୍ୟାପିଟାଲ ଥାନାରେ ବିଜେପି କର୍ମୀଙ୍କ ଧାରଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନଙ୍କ ବାସଭବନକୁ ଗୋବରମାଡ଼ ଘଟଣା ବିବାଦ ଥମିବାର ନାଁ ଧରୁନି। ଘଟଣା ପରଠାରୁ ପୁଲିସ ପ୍ରତିଦିନ ବିଜେପିର ଜଣକ ପରେ ଜଣେ କର୍ମୀଙ୍କୁ ଗିରଫ ନେଇ ଏଭଳି ବିବାଦ ସୃଷ୍ଟି ହୋଇଛି। ଏହାକୁ ବିରୋଧ କରି ବିଜେପିର ଶତାଧିକ କର୍ମୀ ରାମମନ୍ଦିରସ୍ଥିତ ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି କ୍ୟାପିଟାଲ ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉତ୍ତ୍ୟକ୍ତ କର୍ମୀମାନେ ନିଜର ଗିରଫଦାରୀ ପାଇଁ ଦାବି କରିବା ସହ ଥାନା ସମ୍ମୁଖରେ ଧାରଣାରେ ବସି ରହିିଥିଲେ। ସେମାନେ କହିଥିଲେ ଯେ ବିଜେପି କର୍ମୀମାନେ ଗଣତାନ୍ତ୍ରିକ ପ୍ରତିବାଦ କରିଥଲେ। ଉତ୍ତ୍ୟକ୍ତ କର୍ମୀମାନେ ଗୋଟିଏ ଫୁଲକୁଣ୍ଡ ଭାଙ୍ଗିବା ସହ ଗେଟ୍‌ରେ ଗୋବର ଲଗାଇଥିଲେ। କୌଣସି ବ୍ୟକ୍ତିଙ୍କୁ ଅଶ୍ଳୀଳ ବ୍ୟବହାର ବା ଶାରୀରିକ ଆକ୍ରମଣ କରିନଥିଲେ। ଯାହାର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଛି। ହେଲେ ପୁଲିସ ସବୁ ଜାଣି ମଧ୍ୟ ବେଆଇନ ଭାବେ ହତ୍ୟା ଉଦ୍ୟମ (୩୦୭) ଦଫା ଲଗାଇ କର୍ମୀମାନଙ୍କୁ ଗିରଫ କରି ଚାଲିଛି। ତେଣୁ ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ହେଉ ଆମେ ଘଟଣାରେ ସମ୍ପୃକ୍ତ ଅଛୁ ତେଣୁ ଆମକୁ ଗିରଫ କରାଯାଉ ବୋଲି କର୍ମୀମାନେ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ବିଜେପି ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଅମିୟ ଦାଶ, ବିଭାସ ସେନାଗୁପ୍ତା, ସୁଶାନ୍ତ ସାବତ, ସଂଗ୍ରାମ କେଶରୀ ନାୟକ, ଅଚ୍ୟୁତାନନ୍ଦ ରଣଜିତ୍‌, ସନ୍ତୋଷ ଜେନା, ଅସିତ ମହାନ୍ତି, ପ୍ରଶାନ୍ତ ମହାନ୍ତଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ଏଭଳି ପ୍ରତିବାଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe