ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିଜେପିର ବିରୋଧ: ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିଜେପିର ବିରୋଧ: ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ଅଭିଯୋଗ କରି ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରାଯିବା ସହ କଳାପତାକା ଦେଖାଇବାକୁ ଉଦ୍ୟମ କରାଯିବା ବେଳେ ପୁଲିସ ଶିଶୁଭବନ ଛକ ପାଖରେ ବିଜେପି କର୍ମୀଙ୍କୁ ଉଠାଇ ନେଇଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ମମିତାଙ୍କୁ ନ୍ୟାୟ ଦେଇପାରି ନଥିବା ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରିବା କଟା ଘା’ରେ ଚୂନ ସଦୃଶ। ସେଥିପାଇଁ ଭୁବନେଶ୍ୱରରୁ ଆରମ୍ଭ କରି କଳାହାଣ୍ଡି ପର୍ଯ୍ୟନ୍ତ ସବୁ ସ୍ଥାନରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି ବୋଲି କହିଛି। ଯେପର୍ଯ୍ୟନ୍ତ ମମିତାଙ୍କୁ ନ୍ୟାୟ ନ ମିଳିଛି, ଲଢ଼େଇ ଜାରି ରହିବ ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି। ମୁଖ୍ୟମନ୍ତ୍ରୀ ଫେରିବା ବେଳେ ବିମାନବନ୍ଦର ଛକରେ ମଧ୍ୟ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମିରଂଜନ ମୁଦୁଲିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କଳାପତାକା ପ୍ରଦର୍ଶନ କରିବାକୁ ଉଦ୍ୟମ କରାଯାଇଥିଲା।

ଜିଲ୍ଲା ସଭାପତି ଶ୍ରୀ ସିଂଙ୍କ ନେତୃତ୍ୱରେ ଏହି ବିକ୍ଷୋଭରେ ଅର୍ପିତା ଅପରାଜିତା ବଡ଼ଜେନା, ରାଜେନ୍ଦ୍ର ପଣ୍ଡା, ପିଙ୍କି ପ୍ରଧାନ, ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଦାମୋଦର ବେହେରା, ରାମଚନ୍ଦ୍ର ରଣସିଂହ, ସୁରେନ୍ଦ୍ର ପ୍ରଧାନ, ଅଞ୍ଜନ ନାଥ, ଅରୁଣ ପୁରୋହିତ, ଅମରଜ୍ୟୋତି ଜଗଦ୍ଦେବ, ବିଜୟ ରାଉତ, ମନ୍ଦାକିନୀ ପାତ୍ର, ନିରଞ୍ଜନ ରାଉତରାୟ, ଶିବ ବେହେରା, ତୃପ୍ତିମୟୀ ମକଦ୍ଦମ, ତାପସ ଦଳାଇ, ଉନ୍ନତି ପରିଡ଼ା, ରଜନୀବାଳା ଦାସ, ସୁନୀଲ ପ୍ରଧାନ, ମନୋଜ ପଶ୍ଚିମକବାଟ, କସ୍ତୁରୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe