ଖଣ୍ଡଗିରି: ରାସନ୍ କାର୍ଡ ନଥିବା ବସ୍ତିବାସିନ୍ଦାଙ୍କୁ ରିଲିଫ୍ ପ୍ରଦାନ ଦାବିରେ ଆଜି ଅପରାହ୍ଣରେ ଖଣ୍ଡଗିରି ଟ୍ରାଫିକ୍ ଛକରେ ବିଜେପି ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଶହ ଶହ ବିଜେପି କର୍ମୀ ଓ ବସ୍ତିବାସିନ୍ଦା ଧାରଣା ଦେବାରୁ ଯାତାୟାତ ପ୍ରାୟ ଅଧଘଣ୍ଟା ପାଇଁ ଠପ୍ ହୋଇ ଯାଇଥିଲା। ପୁଲିସ ଧାରଣାରତ କର୍ମୀ ଓ ବସ୍ତିବାସିନ୍ଦାଙ୍କ ଦାବିକୁ ଉପଯୁକ୍ତ ଫୋରମ୍ରେ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। କୌଣସି ପ୍ରାକ୍ ସୂଚନା ନଥାଇ ଆଜି ହଠାତ୍ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂହଙ୍କ ନେତୃତ୍ବରେ ଶହ ଶହ ବସ୍ତିବାସିନ୍ଦା ଓ ବିଜେପି କର୍ମୀ ଖଣ୍ଡଗିରି ଥାନାରେ ପହଞ୍ଚିଥିଲେ। ଖଣ୍ଡଗିରି ଅଞ୍ଚଳର ବହୁ ଅଣପଞ୍ଜୀକୃତ ବସ୍ତିର ରାସନ୍ କାର୍ଡ ନଥିବା ବସ୍ତିବାସିନ୍ଦାମାନେ ଏଥିରେ ସାମିଲ୍ ହୋଇଥିଲେ। ଆର୍ଆଇମାନେ ସବୁ ବସ୍ତି ବୁଲି ବୁଲି ନିଜେ କ୍ଷତିଗ୍ରସ୍ତ ଘରମାନଙ୍କର ତାଲିକା ପ୍ରସ୍ତୁତ କରନ୍ତୁ ଓ ଏଥିରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ବା ଅନ୍ୟ ସଂସ୍ଥାମାନଙ୍କୁ ସାମିଲ୍ କରା ନଯାଉ ବୋଲି ଦାବି କରିବା ସହ ଧାରଣା ଦେଇଥିଲେ। ଏହି ଆନ୍ଦୋଳନରେ ବିଜେପି ନେତା ହରେକୃଷ୍ଣ ଖୁଣ୍ଟିଆ, ରଘୁନାଥ ମହାନ୍ତି, ଗଦାଧର ସୁନ୍ଦରରାୟ, କାର୍ତ୍ତିକ ସୁନ୍ଦରରାୟ, ରାମଚନ୍ଦ୍ର ରଣସିଂହ, ବିଶ୍ବଜିତ ବିଶ୍ବାଳ, ସିନେନ୍ଦ୍ର ଜେନା ଓ ହିମାଂଶୁ ସୁନ୍ଦରରାୟ ପ୍ରମୁଖ ସାମିଲ ହୋଇଥିଲେ।
ରିଲିଫ୍ ଦାବିରେ ବିଜେପି ପକ୍ଷରୁ ଏନ୍ଏଚ୍ ଅବରୋଧ
Advertisment
Follow Us